ଖାଇଦେଲେ ୪୫,୦୦୦ ଟଙ୍କା : ଖବର ପ୍ରସାରଣ ପରେ ଚିହିଁକି ଉଠିଛନ୍ତି ନେତା ଓ ବିଭାଗୀୟ ଅଧିକାରୀ !!!

Spread the love

ସତ୍ୟବାଦୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟରେ ବଦଳିଲା ସରକାର , ଧୀରେ ଧୀରେ ପୁରୁଣା ଙ୍କ କାରନାମା ଆସୁଛି ପଦାକୁ ! ନହଳା ଗ୍ରାମରେ ଆସିଲା ସାଙ୍ଘାତିକ ଅଭିଯୋଗ ! ମୋ କୁଡ଼ିଆ ଯୋଜନା ନାମରେ ଖାଇଦେଲେ ୪୫,୦୦୦ ଟଙ୍କା ! ଖବର ପ୍ରସାରଣ ପରେ ଚିହିଁକି ଉଠିଛନ୍ତି ନେତା ଓ ବିଭାଗୀୟ ଅଧିକାରୀ ! ସୂଚନା ମୁତାବକ ସତ୍ୟବାଦୀ ବ୍ଲକ ନହଳା ଗ୍ରାମରେ ମେଘୀ ବେହେରାଙ୍କୁ ମିଳିଥିଲା ମୋ କୁଡ଼ିଆ ଯୋଜନା ରେ ୪୫,୦୦୦ ହଜାର ଟଙ୍କା ! ହେଲେ ତାକୁ ଆତ୍ମସାତ କରି ଚୁପ୍ ବସିଛନ୍ତି VLW ଓ ସରପଞ୍ଚ ! ତେବେ ଏଠି ପ୍ରଶ୍ନ ଉଠେ ଯଦି ଜିଓ ଟ୍ୟାଗିଂ ରେ ଘରର ଫଟୋ ଉଠାଯିବା ପରେ ଆସିଥାଏ ସରକାରୀ ଟଙ୍କା ! କେଉଁ ମିଥ୍ୟା ଫଟୋ ଉଠେଇ ସରକାରୀ ବାବୁ ମାନେ ଆଣିଥିଲେ ଟଙ୍କା ଏବଂ ମେଘି ବେହେରା ଙ୍କୁ ଦେଇଥିଲେ ୪୫, ୦୦୦ ଟଙ୍କା ! ଦେଖାଯାଉ ମେଘୀ ବେହେରା ଙ୍କୁ କେବେ ମିଳୁଛି ନ୍ୟାୟ !

Leave a Reply

Your email address will not be published. Required fields are marked *