ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଗୋପୀନାଥପୁର ପ୍ରଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିର ସକାଳ ୯ ଘଟିକା ରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ମୁଖ୍ୟ ଅତିଥି ରୂପେ ବଡ଼ମ୍ବା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ରା ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଏହାକୁ ଉଦଘାଟନ କରିଥିଲେ । ସମ୍ବାଦ ସାହିତ୍ୟ ଘର ସଭପତି ଜଗନ୍ନାଥ ବାରିକ, କାର୍ଯ୍ୟକାରୀ ସଭାପତି ଶିବ ନାରାୟଣ ମିଶ୍ର, ଉପ ସଭାପତି ସରୋଜକାନ୍ତ ବଳିଆର ସିଂ, ବଡ଼ମ୍ବା ସମ୍ବାଦ ପ୍ରତିନିଧି ଚିନ୍ମତ୍ମା ମହାନ୍ତି, ସ୍ଥାନୀୟ ଅଞ୍ଚଳ ର ସମାଜ ସେବୀ ସୁଶାନ୍ତ କୁମାର ଦାଲୁଆ, ମନୋଜ କୁମାର ସାହୁ, ଗୋବିନ୍ଦ ଚନ୍ଦ୍ର ସାହୁ, ଶ୍ରୀକାନ୍ତ ଯାଦବ ପ୍ରମୁଖ ସହାଯୋଗ କରିଥିଲେ । ରକ୍ତ ଦାନ ଶିବିର ରେ ରେଡକ୍ରସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ୫୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ସହଯୋଗୀ ସୁଶାନ୍ତ କୁମାର ଡ଼ାଳୁଆ ଜେକେ ଲଷ୍ମୀ ସିମେଣ୍ଟ ପକ୍ଷରୁ ମହିଳା ମାନଙ୍କୁ ଏକ ଉପହାର ବ୍ୟାଗ ପ୍ରଦାନ କରିଥିଲେ । ରକ୍ତ ଦାନ ଶିବିର କୁ ବଡ଼ମ୍ବା ସମ୍ବାଦ ପ୍ରତିନିଧି ଚିନ୍ମତ୍ମା ମହାନ୍ତି ଆୟୋଜନ କରିଥିଲେ ।
ଗୋପୀନାଥପୁର ପ୍ରଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର !!!

