ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଜୟ ବୀର ହନୁମାନ ଧ୍ୟାନ ପୀଠ , କରଣ ସାହିରେ ଆବାହକ ଅମିତ୍ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଗଜପତି କରଣ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଚତୁର୍ଥ ପର୍ଯାୟ ବୈଠକରେ ଗଜପତିର କରଣ ମହାସଂଘର ପ୍ରଗତି, ଉନ୍ନତି,ବିକାଶ ନିମନ୍ତେ ସମସ୍ତେ ଏକତା ସହ କାମକରିବା ଏବଂ ଅନୁଷ୍ଠାନର ପଞ୍ଜୀକରଣ ପାଇଁ ଅଗ୍ରସର ହେବାକୁ ପ୍ରସ୍ତୁତି ହୋଇଥିଲା। ଏହି ଅବସରରେ ନିମ୍ନ ଭକ୍ତି ବିଶେଷ ଗଣ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ। ସଭାପତି ଭେଙ୍କେଟେଶ୍ୱର ପଟ୍ଟନାୟକ ,ଉପ ସଭାପତି ଅମୂଲ୍ୟ ପାତ୍ର, ଓ ଇନ୍ଦିରା ପଟ୍ଟନାୟକ, ମୁଖ୍ୟ ସମ୍ପାଦକ ଅମିତ୍ କୁମାର ପଟ୍ଟନାୟକ, ସମ୍ପାଦକ ଅରୁପାଞ୍ଜଳି ମହାନ୍ତି, ସହ ସଂପାଦକ ମାତଙ୍ଗିନୀ ଗୁରୁ , କୋଷାଧ୍ୟକ୍ଷ ହରିହର ପଟ୍ଟନାୟକ ରହିଥିବାବେଳେ ଉପଦେଷ୍ଟା ତଥା ଆଇନ୍ ପରାମର୍ଶ ଦାତା ଭାବେ ଡ.ଭୁବନେଶ୍ୱର ପଟ୍ଟନାୟକ, ଉପଦେଷ୍ଟା ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା, ହରୀମୋହନ ପଟ୍ଟନାୟକ, କେପ୍ଟେନ ମାଳିକାର୍ଜୁନ ପଟ୍ଟନାୟକ, ସୁଧୀର କୁମାର ପଟ୍ଟନାୟକ, ଶରତ ଚନ୍ଦ୍ର ପାତ୍ର,ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ନେତ୍ରାନନ୍ଦ ପଟ୍ଟନାୟକ ଦାୟୀତ୍ବ ନେଲେ। ଏତଦ୍ ବ୍ୟତୀତ ଏଗାର ଜନ ସଭ୍ୟ/ସଭ୍ୟା ମଧ୍ୟ ରହିଲେ ।ଏମାସରେ ଅନୁଷ୍ଠାନ ର ପଞ୍ଜୀକରଣ ପାଇଁ ପଦକ୍ଷେପ ନିଆଯିବ।ଶେଷରେ ଆରୁପାଞ୍ଜଳି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାପତି ଭେଙ୍କେଟେଶ୍ଵର ପଟ୍ଟନାୟକ ସଭା ସାଙ୍ଗ ଘୋଷଣା କରିଥିଲେ।
ଗଜପତି କରଣ ସମାଜର ନବ ନିର୍ବାଚିତ ସଭ୍ୟ ସଭ୍ୟା ଙ୍କ ବୈଠକ !!!

