ବନ୍ୟା ହେଲେ , ନେତା ଯିବେ – ଫଟୋ ଉଠାଇ ଅପଲୋଡ଼ କରିବେ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାନଦୀ ଓଡ଼ିଶାର ଲାଇଫ ଲାଇନ ! ବହୁ ଲୋକଙ୍କର ଜୀବନ ଜୀବୀକା ମହାନଦୀ ଉପରେ ନିର୍ଭର କରୁଛି ! ଉପରମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ! ହୀରାକୁଦ ର ସୁଇସ ଗେଟ ଖୋଲାଯିବା ପରେ ମହାନଦୀର ଅକାତ କାତ ପାଣି ଏବେ କୂଳ ଲଂଘୁଛି । ପ୍ରଖର ପାଣି ସ୍ରୋତର ଘୁଁ ଘୁଁ ଗର୍ଜନ ଦେଖୁଥିବା ଲୋକ ମନରେ ଛନକା ପଶାଇ ଦେଉଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀ ମୁଣ୍ଡଳୀ ବ୍ୟାରେଜ ରେ ! ଏ ଦୃଶ୍ୟ ସବୁ ମୋବାଇଲ ରେ କଏଦ କରି ଆମ ପାଖକୁ ପଠାଇଛନ୍ତି ଆମର ଜଣେ ଭିୟୁୟର ତଥା ସାନ ମୁଣ୍ଡଳୀ ର ଜଣାଶୁଣା ସମାଜସେବୀ ମାନସ ବେହେରା ! ମହାନଦୀ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ , ତତ୍ପର ହୋଇ ଉଠନ୍ତି ବାଙ୍କୀ ର ନେତା ଓ ତାଙ୍କ ଅନୁଗତ ! କେମିତି ପାଣି ଘେରରେ ଥିବା ଗାଁ କୁ ଯାଇ ଯତ କିଞ୍ଚିତ ପ୍ୟାକେଟ ଦେଇ ଭଲ ପୋଜ ରେ ଫଟୋ ନେଇ ସାମାଜିକ ଗଣମାଧ୍ୟମରେ ଛାଡ଼ିବେ ! ଦୀର୍ଘ ବର୍ଷ ଧରି ଚାଲିଛି ଏ ତାମସା ! ହେଲେ ବନ୍ୟା ଓ ବାଙ୍କୀ କୁ ଅଲଗା କିପରି ରଖିହେବ , ସେନେଇ କାହା ମୁଣ୍ଡରେ କିଛି ଯୋଜନା ନାହିଁ !

Leave a Reply

Your email address will not be published. Required fields are marked *