ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର 15 ନମ୍ବର ୱାଡ଼ ସ୍ଥିତ ଦୋଳବନ୍ଧର ପୁନଃ ଉଦ୍ଧାର ଓ ସୌନ୍ଦର୍ଯ୍ୟୀ କରଣ ନିମନ୍ତେ ଦୋଳବନ୍ଧ ଉନ୍ନୟନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦୋଳ ବନ୍ଧ ଉନ୍ନୟନ କମିଟି 2003 ମସିହାରୁ ଦୋଳବନ୍ଧର ସଫା ସୁତୁରା ସହ ଉନ୍ନତି ନିମନ୍ତେ 2018 ପର୍ଯ୍ୟନ୍ତ ବନ୍ଧ ଟିର ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଇ ଆସୁଥିଲା । ପରବର୍ତ୍ତୀ ସମୟରେ ଉନ୍ନୟନ କମିଟିକୁ ପୌର ପରିଷଦ ପକ୍ଷରୁ ଅଣଦେଖା କରାଯିବା ସହ କୌଣସି କାର୍ଯ୍ୟରେ ସାମିଲ କରା ନଯାଇ ସମ୍ପୂର୍ଣ୍ଣ ଭାବେ ଦୁରେଇ ଦିଆଗଲା । ପୌର ପରିଷଦ ତରଫରୁ ଦୋଳବନ୍ଧର ନବୀକରଣ ଓ ସୌନ୍ଦର୍ଯ୍ୟ କରଣ ନାମରେ ବହୁ ଟଙ୍କା ବ୍ୟୟ ପରେ ମଧ୍ୟ ତାର ସଠିକ ଉପଯୋଗ ହୋଇ ପାରଲା ନାହିଁ । ବର୍ତ୍ତମାନ ଦୋଳ ବନ୍ଧଟି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । ଯାହା ଫଳରେ ଗଭୀର ପୋଖରୀ ଟି ପୋତି ହୋଇ ଜଳ ସଂରକ୍ଷଣ ନ ହୋଇ ପାରୁନାହିଁ । ଅନାବନା ବୃକ୍ଷ ଗୁଡିକ ଉଠିଯାଇଛି । ତେଣୁ ବନ୍ଧଟି ସଠିକ ରକ୍ଷଣାବେକ୍ଷଣ କରାଯିବା ପାଇଁ କମିଟିର ସଦସ୍ୟ ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ବିନୋଦ ଚନ୍ଦ୍ର ଜେନା, କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଦୋଳବନ୍ଧ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।