କଟକ ସଦରରେ ମହକିଲା ବିପଦର ବନ୍ଧୁ ସେବା ସଙ୍ଗଠନ : ବହୁବିଧ ସେବାରେ ସମର୍ପିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର କିଶୋରନଗରସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିପଦର ବନ୍ଧୁ ସେବା ସଙ୍ଗଠନ ତରଫରୁ ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ବିଜୟ ଦାସଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ବିଜୟ ଗାଡ଼ି ଦୁର୍ଘଟଣା ପରେ ଏବେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସଙ୍ଗଠନର ସଭାପତି ଭୈରବ ଚନ୍ଦ୍ର ସେଠୀ, ସଂପାଦକ ସୁଧାକର ଦାସ, ବରିଷ୍ଠ ଉପଦେଷ୍ଟା ସ୍ଵାମୀ ଅଦ୍ଵୈତାନନ୍ଦ ଜୀ, କାଙ୍ଗାଳି ଚରଣ ବେହେରା, ନାରାୟଣ ଦାଶ, ଜୟନ୍ତୀ ପାତ୍ର ଓ ଦୀପକ ମଣ୍ଡଳ ପ୍ରମୁଖ ସଦସ୍ୟ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *