୨୨୯ ତମ ସପ୍ତାହରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର ମିଶନ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ !!!

0
65

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସେବା ମାନବ ଜୀବନର ବ୍ରତ ହେବା ଉଚିତ୍। ଏହି ବ୍ରତକୁ ଧାରଣ କରି ବସ୍ତି ତଥା ରେଲୱେ ଷ୍ଟେସନ ଓ ରାସ୍ତା କଡ଼ରେ ଜୀବନ କାଟୁଥିବା ଗରିବ ଓ ଅସହାୟ ମାନଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମ “ମିଶନ ଅମୃତ ହସ୍ତମ୍” ଇତି ମଧ୍ୟରେ ୨୨୯ ତମ ସପ୍ତାହରେ ପହଞ୍ଚି ଥିବାର ଦେଖିବାକୁ ମିଳିଛି । ଗତ ଅଗଷ୍ଟ ୦୪ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଫାଉଣ୍ଡେସନର ଦିନ ସଂଖ୍ୟା ୧୫୯୭ରୁ ୧୬୦୩ ପର୍ଯ୍ୟନ୍ତ ସାତ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ଏହି କାର୍ଯ୍ୟକ୍ରମ। ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ , ବସ୍ତ୍ର, ବର୍ଷାତି ଆଦି ରିଲିଫ୍ ସହ ମାକ୍ସ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବସ୍ , ମହିଳା ମାନଙ୍କୁ ନାପ୍କିନ୍ ଆଦି ବଣ୍ଟନ କରାଯାଉଥିବାର ଦେଖିବକୁ ମିଳିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ଭୋଳା ଜେନା , ଶ୍ରୀକ୍ଷେତ୍ର ସାହୁ ଆଦି ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here