କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖବର ପ୍ରସାରଣ ପରେ ଚେତିଲା ବିଭାଗ ! ଲଗାଣ ବର୍ଷା କାରଣରୁ ବାଲିଚର ହୋଇଥିବା ଧାନ ଜମିର ହେଲା ଆକଳନ ! ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ଲଗାଣ ବର୍ଷା କାରଣରୁ ପଶ୍ଚିମ ବାଙ୍କୀ ର ବିଭିନ୍ନ ଗହୀର ଜଳ ଦ୍ଵାରା ଅଚ୍ଛାଦିତ ହେବା ସହିତ , ମେଗା ଇରିଗେସନ ପାଇଁ ବିଛା ଯାଇଥିବା ପାଇପ ପାଖରେ 2 ଫୁଟ ରୁ 3 ଫୁଟ ଖୋଳି ହୋଇ ଜଳ ସ୍ରୋତର ବେଗ ବଢିବାକୁ ଲାଗିଥିଲା ! ଯାହା ଦ୍ଵାରା ଏତେ ମାତ୍ରା ରେ ଜଳ ପ୍ରବାହିତ ହେଲାଯେ , ଉପର ମାଟି ତଳକୁ ଖସି ଚାଷ ଜମି ବାଲିଚର ହୋଇଯାଇଛି । ଚାଷୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଖବର ପ୍ରସାରଣ ସହିତ ଅଭିଯୋଗ କରିବା ପରେ ଲିଫ୍ଟ ଏରିଗେସନ ତରଫରୁ ଜେଇ ଅଭିନାଶ ପଣ୍ଡା , ଆଡିନାସନାଲ ମ୍ୟାନେଜେର ନିହାର ରଞ୍ଜନ ନାଏକ , ଇଞ୍ଜିନିଅର ରନଧୀର କୁମାର ପ୍ରମୁଖ କ୍ଷତି ଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି ! ଉପର ସ୍ତରରେ ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରିବା ପରେ କ୍ଷତି ଭରଣା ହେବ ବୋଲି ପ୍ରକାଶ କରିଛନ୍ତି ।

