ଜନଶିକ୍ଷା ସଂସ୍ଥାନ ତରଫରୁ ବିଶ୍ୱ ଯୁବ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶ୍ୱ ଯୁବ ଦିବସ ପାଳିତ ! ଜନଶିକ୍ଷା ସଂସ୍ଥାନ ତରଫରୁ ବିଶ୍ୱ ଯୁବ ଦିବସ ପାଳିତ ହୋଇଯାଇଛି । ସଂସ୍ଥାର ନିର୍ଦ୍ଦେଶକ ପି. ଜୀବନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଅଧ୍ୟକ୍ଷ ଏ.ଜଗନ୍ନାଥ ରାଜୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଅବସରରେ ଯୁବଗୋଷ୍ଠୀ ମାନଂକ ମଧ୍ୟରେ ବକ୍ତୃତା ଓ ରଙ୍ଗୋଲୀ ପ୍ରତିଯୋଗିତା କରାଯାଇଥିଲା । ବିକାଶ ଦିଗରେ ଯୁବଗୋଷ୍ଠୀର ଭୂମିକା ” ବିଷୟରେ ବକ୍ତ୍ରୁତା ପ୍ରତିଯୋଗିତା ହୋଇଥିଲା । ଯୁବଗୋଷ୍ଠୀଙ୍କୁ ସଶକ୍ତିକରଣ ଦିଗରେ ପରାମର୍ଶ ଦିଆ ଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ ସଂସ୍ଥାର କର୍ମୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *