କଟକ ର ବିଭିନ୍ନ ସ୍ଥାନରେ ଉଡିଲା ତ୍ରିରଙ୍ଗା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ର ବିଭିନ୍ନ ସ୍ଥାନରେ ଉଡିଲା ତ୍ରିରଙ୍ଗା ! ଧୁମ ଧାମ ରେ ଜାତୀୟ ଦିବସ ପାଳିଲେ କ୍ଲବ ସାଇନିଙ୍ଗ ଷ୍ଟାର୍ ସଦସ୍ୟ ! ସ୍ବାଧିନତା ଦିବସ ଅବସରରେ ଖଟବିନ୍ ସାହି ର କ୍ଲବ ସାଇନିଙ୍ଗ ଷ୍ଟାର ସଦସ୍ୟ ମାନେ ଉଡ଼ାଇଲେ ତ୍ରିରଙ୍ଗା ! ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀଯୁକ୍ତ ମୁନ୍ସାବ୍ ଖାଁ ପତାକା ଉତୋଳନ କରିଥିଲେ । ଜାତୀୟ ସଙ୍ଗୀତ ଗାନ ପରେ ଛୋଟ ଛୋଟ ପିଲାମାନଙ୍କୁ ବିସ୍କୁଟ ଓ ଚକୋଲେଟ ବଣ୍ଟନ କରାଯାଇଥିଲା । ପିଲାମାନେ ଅତିଥି ମାନଙ୍କ ଭାଷଣ ଶୁଣିବା ପରେ ନିଜ ନିଜ ଘରକୁ ଫେରିଥିଲେ । କ୍ଲବ ର ମୁଖ୍ୟ ବାବୁ ଖାଁ ଓ ସଭାପତି ସୟବ୍ ଅଲ୍ଲୀ ଉପସ୍ଥିତ ରହି ସାହିର ମୁରବୀ ମାନଙ୍କୁ ସମ୍ମାନୀତ କରିଥିଲେ । ସେହିପରି ନୌଜବାନ୍ ମିଲ୍ଲାଦ୍ କମିଟି ତରଫରୁ 78 ତମ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା ! ସ୍ବାଧୀନତା ଦିଵସରେ ମୁଖ୍ୟ ଅତିଥି ନୌଜବାନ୍ ମିଲ୍ଲାଦ୍ କମିଟିର କାର୍ଯ୍ୟକାରି ସଭାପତି ଶ୍ରୀଯୁକ୍ତ ତନ୍ଓ୍ରିର୍ ହୁସେନ୍ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ ! ଶ୍ରୀଯୁକ୍ତ ସର୍ଫରଜ୍ ଖାନ୍ , ନୌଜଵାନ୍ କମିଟିର ସମ୍ପାଦକ ଓ ଅନ୍ୟ ସଭ୍ଯ ଓ ସଭ୍ଯା ମାନେ ଉପସ୍ଥିତ ରହିଥିଲେ !

Leave a Reply

Your email address will not be published. Required fields are marked *