ବରଗଡ଼ ( ଆୱାଜ ମିଡ଼ିଆ ) – ଭାରତୀ ଭୋଇ : ରାକ୍ଷୀ କୁ ଶକ୍ତି, ବିଶ୍ୱାସ ଏବଂ ରକ୍ଷା ବିଜୟୀ ପ୍ରତୀକ ଵୋଲି କୁହାଯାଏ । ଏହି ଦିନ ପ୍ରଭୁ ଶ୍ରୀ ବଲଭଦ୍ରଙ୍କ ଜନ୍ମ ଦିନ ହୋଇଥିବାରୁ ଏହି ପର୍ବକୁ ଗହ୍ନା ପର୍ବ ମଧ୍ୟ ଵୋଲି କୁହାଯାଏ । ବନ୍ଧନ ହେଉଛି ସ୍ନେହ , ପ୍ରେମ ଏବଂ ପତ୍ରିଜ୍ଞାର ପର୍ବ ! ଜନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକତା ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି ! ତେଵେ ଏଭଳି ସମୟରେ ସଵୁଜ ବିକଳ୍ପ ପାଇଁ ବିଭନ୍ନ ପ୍ରାୟାସ ଜାରି ରଖିଛନ୍ତି । ବୃକ୍ଷ ଆମକୁ ସୁରକ୍ଷା ଦେଉଛି ତେଣୁ ବୃକ୍ଷର କୁ ରାଖି ବନ୍ଧନ କରି ବୃକ୍ଷର ଦୀର୍ଘାୟୁ କାମନା କଲେ । ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମର ପରିବେଶ ରକ୍ଷକ ତଥା ଆଇନ ଛାତ୍ର ଆଶିଷ ଜ୍ୟୋତିଷ , ଏହି ପର୍ବକୁ ବେଶ ଆନନ୍ଦ ରେ କାଟିଛନ୍ତି ।
ଗଛ ରେ ରାଖି ବାନ୍ଧି ଭାଇଚାରା ସୃଷ୍ଟି କଲେ ଆଶିଷ ଜ୍ୟୋତିଷ !!!

