ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଟାଟା ପାୱାର ମନମାନି ବିରୁଦ୍ଧରେ ପୁଣି ଆନ୍ଦୋଳନ ଚେତାବନୀ ! ଏଥର ସୋହେଲା ଘେଁସ ଠାରେ ଫିଙ୍ଗିବେ ମିଟର ! ବରଗଡ଼ ଜିଲ୍ଲା ବ୍ଯାପି ଟାଟା ପାୱାର ବିରୁଦ୍ଧରେ ଚାଲିଥିବା ବିଦ୍ୟୁତ ଗ୍ରାହକ ଅସନ୍ତୋଷ ଧିରେ ଧିରେ ଆନ୍ଦୋଳନ ର ରୂପ ନେଉଛି । ଟାଟା ପାୱାର ମନମାନି ବିରୁଦ୍ଧରେ ସମଗ୍ର ବରଗଡ଼ ଜିଲ୍ଲା ରେ ଦାନା ବାନ୍ଧୁଛି ଆନ୍ଦୋଳନ । ଏଥର ସୋହେଲା ଘେଁସ ଠାରେ ଆନ୍ଦୋଳନ ପାଇଁ ବୈଠକ ବସିଛି । ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ଘେଁସ ଧାନ ମଣ୍ଡି ପ୍ରାଙ୍ଗଣରେ ମୁରଲୀ ଭୋଇ ଙ୍କ ସଭାପତିତ୍ୱ ରେ ଏକ ଜରୁରୀ ବୈଠକ ବସିଥିଲା । ବୈଠକ ରେ ୧୫ ଟି ପଞ୍ଚାୟତ ର ଘରୋଇ ଏବଂ ଚାଷ ପାଇଁ ବ୍ୟବହୃତ ବିଦ୍ୟୁତ ଉପଭୋକ୍ତା ମାନେ ଯୋଗ ଦେଇଥିଲେ। ଘେଁସ ଗ୍ରୀଡ଼ ରେ ହେଉଥିବା ବିଦ୍ୟୁତ ସମସ୍ୟା ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରାଗଲା। ବାରମ୍ବାର ଲାଇନ କାଟ, ଲୋ ଭୋଲଟେଜ , ଅଘୋଷିତ ବିଦ୍ୟୁତ କାଟ, କର୍ମଚାରୀ ମାନଙ୍କ ମନମୁଖୀ ଏବଂ ସ୍ମାର୍ଟ ମିଟର ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବା ବକ୍ତା ମାନେ ପ୍ରକାଶ କରିଥିଲେ । ଭାରତ ବର୍ଷ ରେ ଅନେକ ରାଜ୍ୟ ବିଦ୍ୟୁତ ବିଲ ମାଗଣା ଦେଉଥିବା ବେଳ କିଛି ରାଜ୍ୟ ବହୁତ କମ ବିଲ ନେଉଛନ୍ତି । କିନ୍ତୁ ଓଡିଶା ବିଦ୍ୟୁତ ଉତ୍ପାଦନ ରେ ବଳକା ରାଜ୍ୟ ହେବା ସତ୍ତ୍ବେ କାହିଁକି ୟୁନିଟ ୩. ୩୦ ପ ରୁ ଉର୍ଦ୍ଧ୍ୱ ହେଉଛି । ଆମ ରାଜ୍ୟ ଗରିବ ଆଦିବାସୀ ଏବଂ କୃଷି ଅର୍ଥନୀତି ଭିତ୍ତିକ ରାଜ୍ୟ ଅଟେ । ସେଥିପାଇଁ ଗଣତନ୍ତ୍ର ରେ ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା କୁ ସରକାର ମାନେ ପୂରଣ କରିବା ଦରକାର । ଗତ ନିର୍ବାଚନ ରେ ନବ ଗଠିତ ସରକାର ୩୦୦ ୟୁନିଟ ବିଦ୍ୟୁତ ମାଗଣା ଦେବା ପ୍ରତିଶୃତି ଦେଇ ସରକାର ଗଠନ କରିଛନ୍ତି । ହେଲେ ସରକାର ନିରବ , ବିଭିନ୍ନ ସ୍ଥାନ ରେ ସ୍ୱତସ୍ପୃତ ବିଦ୍ୟୁତ ବିଲ ବିରୋଧ ରେ ଆନ୍ଦୋଳନ ବାହାରୁଛନ୍ତି । ଆଜି କୃଷକ ସଂଗଠନ ପକ୍ଷରୁ ଆସନ୍ତା ବୁଧବାର ଦିନ ଘରେ ଏବଂ ଜମିରେ ଲାଗିଥିବା ସମସ୍ତ ମିଟର ଖୋଲି ଆଣି ଘେଁସ ଗ୍ରୀଡ଼ରେ ଫେରାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି । ସଂଗଠନ ର ଦାବୀ ପ୍ରତେକ ଘରୋଇ ଉପଭୋକ୍ତା କୁ 300 ୟୁନିଟ ମାଗଣା ଏବଂ ଚାଷ ପାଇଁ ବ୍ୟବହୃତ ବିଦ୍ୟୁତ ଜଳସେଚନ ଆଧାରରେ ନିଆଯାଉ ଯଦି ଏହି ଦାବୀ ପୂରଣ ନ ହୋଏ ତାହାହେଲେ କୌଣସି ଉପଭୋକ୍ତା ଲାଇନ ବିଲ ନ ଦେବା ପାଇଁ ନିଷ୍ପତି ହୋଇଛି।।ମୁରଲୀ ଭୋଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ପ୍ରେମରାଜ ସାହୁ, ମିନି ବାରିକ,ଗୋରାଚାନ୍ଦ ଭୋଇ,ଚନ୍ଦ୍ରଶେଖର ପୁରୋହିତ,ଶ୍ୟାମ ମେହେର, ରିତୁ ସାହୁ, ଯଶୋବନ୍ତ ପଧାନ, ଦିବ୍ୟ ଭୋଇ, ଉତ୍ତମ ଭୋଇ, ଗଣପତି ପଧାନ,ପ୍ରଦ୍ୟୁମ୍ନ ସାହୁ, ସଦାନନ୍ଦ ସାହୁ, ନିର୍ମଳ ପଟେଲ, ନେହେରୁ ପଟେଲ, କାନ୍ତ ପଟେଲ,ଅମୃତ ପଧାନ, କୁଞ୍ଜବିହାରୀ ପଧାନ, ସଂଜୀବ ପଧାନ,ବଳଦେବ ମଲ୍ଲିକ, କୃତାର୍ଥ ପଧାନ,ସମାଜସେବୀ ମହମ୍ମଦ ଫାରୁକି ଏବଂ ଘେଁସ ଗ୍ରାମ୍ୟ କମିଟି ର ବିଜୟ ପଟେଲ,ସୁନିଲ ମହାପାତ୍ର, ପ୍ରଦୀପ ମେହେର, କମଳ ପଟେଲ, ପ୍ରମୋଦ ସାହୁ ତଥା ଘେଁସ ସରପଞ୍ଚ ଗୋକୁଳ ଦାଶ, କଳଙ୍ଗାପାଲି ସରପଞ୍ଚ ଆନନ୍ଦ ଜାଲ, ବେହେରାପାଲି ସରପଞ୍ଚ ପ୍ରତିନିଧି ପୂର୍ଣଚନ୍ଦ୍ର ସାହା, ବିଜେପୁର ବ୍ଲକ ତାଲପଦର ସରପଞ୍ଚ ମହେନ୍ଦ୍ର ପଧାନ ଏବଂ ଦିଲୀପ ଭୋଇ ଧନ୍ୟବାଦ ଦେଇଥିଲେ l
ଟାଟା ପାୱାର ମନମାନି ବିରୁଦ୍ଧରେ ପୁଣି ଆନ୍ଦୋଳନ ଚେତାବନୀ !!!

