ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାଗଡ଼ ଏକ ରାଜ ରାଜୁଡା ଗଡ଼ ଏବଂ ସୁକିନ୍ଦାରେ ବହୁ ଦେବା ଦେବୀଙ୍କ ସହ ଗ୍ରାମଦେବତୀ ମଧ୍ୟ ପୂଜା ପାନ୍ତି । ସୁକିନ୍ଦାଗଡରେ ଯେଉଁ ଦେବା ଦେବୀ ପୂଜା ପାନ୍ତି ସେମାନଙ୍କ ନାମରେ ବାଟୁଳି ବାଟୁଳି ସମ୍ପତି , ଯାହାକି ଆଜି ପର୍ଯ୍ୟନ୍ତ ତାର କେହି ଠିକସେ ହିସାଵ ରଖିପାରି ନାହାନ୍ତି । ସୁକିନ୍ଦାଗଡ଼ ଦେବା ଦେବୀଙ୍କ ନାମରେ ଯେଉଁ ବାଟୁଳି ବାଟୁଳି ସମ୍ପତି ଅଛି ତାର ମାଲିକାନା ହେଉଛନ୍ତି ଦେବୋତ୍ତର କମିଟି । ସେଥିମଧ୍ୟରୁ ସୁକିନ୍ଦାଗଡର ମା ଦୁର୍ଗାଦେବୀ ଠାକୁରାଣୀ ନାମରେ ଯେଉଁ ଜମି ଅଛି ସେଥିରୁ କିଛି ଜମି ଜଣେ ମୁସଲମାନ ଯୁବକ ଯାହାର ନାମ ସେକ ଆଜାମ ଦୀର୍ଘ ଦିନ ହେବ ନିଜ ଦଖଲରେ ରଖି ନିଜ ଜମିର ପରିଚୟ ଦେଇ ଆସୁଥିଲା । ଦୁର୍ଗାଦେବୀ ଠାକୁରାଣୀଙ୍କ ଜମିକୁ ନିଜ ଜମି କହୁଥିବା ମୁସଲମାନ ଯୁବକର ଚତୁରତାକୁ ସୁକିନ୍ଦାଗଡ଼ ଗ୍ରାମବାସୀ ଜାଣି ପାରିଥିଲେ । ଏନେଇ ସେ ମୁସଲମାନ ଯୁବକ ସେକ ଆଜାମକୁ ଗ୍ରାମବାସୀ ମାନେ କହିଥିଲେ ଏ ଜମି ଦୁର୍ଗାଦେବୀଙ୍କ ଜମି ନିଜ କବଜାରେ ନରଖି ଫେରସ୍ତ କରାଇଦିଅ । କିନ୍ତୁ ସେ ମୁସଲମାନ ଯୁବକ ସେକ ଆଜାମ ଗ୍ରାମବାସୀଙ୍କ କଥାକୁ କର୍ଣ୍ଣପାତ କରିନଥିଲେ ବରଂ କହିଥିଲେ କି ସେହି ଜମି ଦୀର୍ଘ ୫୦ ବର୍ଷ ପୂର୍ବରୁ ତାଙ୍କ ପୈତୃକଙ୍କ ଦଖଲରେ ଥିଲା ସେ ଏ ଜମିକୁ କଦାପି ଫେରସ୍ତ କରାଇବେ ନାହିଁ । ସୁକିନ୍ଦା ତହସିଲ ଅଧିନସ୍ଥ ନିଜିଗଡ଼ ମୌଜାର ଖାତା ନଂ ୮୮ ରେ ଥିବା ଜମିକୁ ସେହି ମୁସଲମାନ ଯୁବକ ସେକ ଆଜାମ ଜବର ଦଖଲ କରି ବେଆଇନ ପାଚେରୀ ନିର୍ମାଣ କରି ଗଛ ଲଗାଇ ନିଜ କବଜାରେ ରଖିଛନ୍ତି ଏବଂ କାଠର ଏକ କେବିନ ପକାଇ ବିଦ୍ୟୁତ ବିଭାଗରେ ନିଜ ଘରବାରି ଜମି ଦର୍ଶାଇ ସେହି କାଠର କେବିନକୁ ବିଦ୍ୟୁତ ସଂଯୋଗ ମଧ୍ୟ କରି ନେଇଛନ୍ତି । ଏନେଇ ଗ୍ରାମବାସୀ ପ୍ରଥମେ ସୁକିନ୍ଦା ସେକସନ ଅଫିସର ଅମୂଲ୍ୟ ବେହେରାଙ୍କୁ ସମସ୍ତ ଘଟଣା ଜଣାଇବା ପରେ ଅଫିସର ଅମୂଲ୍ୟ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ତଦନ୍ତ କରି ସେହି କାଠ କେବିନରୁ ତୁରନ୍ତ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଇବେ । ମୁସଲମାନ ଯୁବକ ସେକ ଆଜାମ ଗ୍ରାମବାସୀଙ୍କ କଥାକୁ କର୍ଣ୍ଣପାତ ନକରି ପାଚେରୀ ନିର୍ମାଣ କରିବା, ଗଛ ଲଗାଇବା, କେବିନ ପକାଇ ବିଦ୍ୟୁତ ସଂଯୋଗ କରିବା ସମସ୍ତ ଘଟଣା ସୁକିନ୍ଦାଗଡ଼ ଗ୍ରାମବାସୀ ଜାଣିବା ପରେ ସୁକିନ୍ଦା ତହସିଲଦାର ଦମୟନ୍ତି ସାହୁଙ୍କୁ ଗ୍ରାମବାସୀଙ୍କ ତରଫରୁ ଏକ ଲିଖିତ ଅଭିଯୋଗ କରାଯାଇଥିବା ଦେଖିବାକୁ ମିଳିଛି । ଏନେଇ ତହସିଲଦାର ନିଜ ପ୍ରତିକ୍ରିୟାରେ କହିଛନ୍ତି କି ମା ଦୁର୍ଗାଦେବୀ ଠାକୁରାଣୀଙ୍କ ଜମିକୁ ଯେଉଁମାନେ ନିଜ କବଜାରେ ଜବର ଦଖଲ କରି ରଖିଛନ୍ତି ସେମାନଙ୍କଠୁ ଫେରାଇ ଆଣି ଦେବୋତ୍ତର ବିଭାଗ ଅଧିନକୁ ଯଥାଶୀଘ୍ର ହସ୍ତାନ୍ତର କରାଯିବ । ତେବେ ଦେଖିବାକୁ ବାକି ରହିଲା ସୁକିନ୍ଦାଗଡର ଦୁର୍ଗାଦେବୀଙ୍କ ଜମିକୁ ନିଜ କବଜାରେ ଜବର ଦଖଲ କରି ରଖିଥିବା ମୁସଲମାନ ଯୁବକ ସେକ ଆଜାମଙ୍କ ଠାରୁ କେବେ ଫେରାଇ ଆଣୁଛନ୍ତି ଏବଂ ସେହି ଯୁବକ ଉପରେ ସୁକିନ୍ଦା ତହସିଲଦାର କି ପଦକ୍ଷେପ ନେଉଛନ୍ତି ।
ସଂଖ୍ୟାଲଘୁ ଙ୍କ କବଜାରେ ହିନ୍ଦୁ ଦେବା ଦେବୀଙ୍କ ଜମି !!!

