କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ କାର୍ଯ୍ୟକ୍ରମ ଆୟୋଜିତ ! ଜନ୍ମାଷ୍ଟମୀ ଓ ବ୍ରହ୍ମଲିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥି ପାଇଁ ତୁମୁଡ଼ିବନ୍ଧ ସ୍ତିତ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ପରିସରରେ ବ୍ୟାପକ ଆୟୋଜନ କରାଯାଇଥିଲା । ସକାଳୁ ସୂର୍ଯ୍ୟ ପୂଜା ଠାରୁ ଆରମ୍ଭ କରି ତିଳ ତର୍ପଣ କରିବା ପରେ ରାହୁଳ ନଦୀ କୁ ଯାଇ ଜଳେଶ୍ଵର ଶୈବ ପୀଠ ରୁ ୧୦୮କଳସରେ ପବିତ୍ର ଜଳ ସଂଗ୍ରହ କରି ଯଜ୍ଞ ମଣ୍ଡପ କୁ ଅଣାଯାଇଥିଲା । ଏହା ପରେ ଘୃତ ଯଜ୍ଞ, ନାମ ଯଜ୍ଞ ,୧୦୮ ହନୁମାନ ଚାଳିଶା ପାଠ , ହରି ନାମ ରେ ପ୍ରକମ୍ପିତ ହୋଇଥିଲା ପରିବେଶ , ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ସେବନ କାର୍ଯକ୍ରମ ରହିଥିଲା । ଆଶ୍ରମ ର ଉତ୍ତରାଧିକାରୀ ସ୍ବାମୀ ମୁକ୍ତା ନନ୍ଦ ପୁରୀ ମହାରାଜ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ସ୍ବାମୀ ଜୀ ଙ୍କ ଅନୁଗାମୀ ଓ ସ୍ବାମୀଜୀ ଙ୍କ ସ୍ମୃତି ନ୍ୟାସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ପବିତ୍ର ଜନ୍ମାଷ୍ଟମୀ ଅବସରରେ ଦିବା ୧୦ ଘଣ୍ଟିକା ସମୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା ।
ଜନ୍ମାଷ୍ଟମୀ ପାଇଁ କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା !!!

