ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଷ୍ଟେଟବ୍ୟାଙ୍କ ରୁ ଲୋନ କରାଇ ଦେବା ନାମରେ ଆଦିବାସୀ ଲୋକଙ୍କ ଠାରୁ ଟଙ୍କା ଆତ୍ମସାତ ! ଅଭିଯୋଗ କଲେ ଜୀବନ ରୁ ମାରିଦେବା ପାଇଁ ଦଲାଲ ଜଣକ ଧମକ ଦବା ସହ ଉଠାଇ ନେଇ ମାଡ଼ ମାରୁଛନ୍ତି , ଭୟରେ ଅଛନ୍ତି ଆଦିବାସୀ ଦଳିତ ପରିବାର । ଏଭଳି ଅଭିଯୋଗ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅର୍ନ୍ତଗତ ବାହାଡ଼ାଝୋଲ୍ଲା ଫାଣ୍ଡି ଅଞ୍ଚଳରେ । ସୁଚନା ଥାଉକି ବାହାଡ଼ାଝୋଲ୍ଲା ଫାଣ୍ଡି ଅଧିନରେ ଠକାମିର ଶିକାର ହୋଇଥିବା ଗାଁ ହେଲା ସିମା, କାପ୍ତାପଲ୍ଲୀ, କଣବାଙ୍କ, ବାମୁରି, ଖଜୁରିଡିହ ଗ୍ରାମ ! ତିନୋଟି ପଞ୍ଚାୟତ କାପ୍ତାପଲ୍ଲୀ, ଗୁମି, ଜାକେଡା ଏହି ସବୁ ପଞ୍ଚାୟତର ଅଧିବାସୀ ମାନେ ଠକେଇର ଶିକାର ହୋଇଛନ୍ତି । ଦଲାଲ ଜଣକ ହେଲେ ବାଲିଶିଂସା ଗ୍ରାମର ସୁଦର୍ଶନ ପଟ୍ଟନାୟକ ! ଏହି ଦଲାଲ ଜଣକ ଲୋକଙ୍କୁ ଷ୍ଟେଟବ୍ୟାଙ୍କ ରୁ ୨୦ ହଜାର କୃଷି ଲୋନ କରିଦବା କହି ଲୋକ ଙ୍କ ଠାରୁ ଟଙ୍କା ଉଠାଇ ନେଇଛନ୍ତି ! ଏବାବଦରେ ଉକ୍ତ ବ୍ୟକ୍ତିକୁ କଲ କଲେ ମଧ୍ୟ ଆଉ କଲ ଉଠାଉ ନଥିବା କଥା କହିଛନ୍ତି ଠକାମିର ଶିକାର ହୋଇଥିବା ଆଦିବାସୀ ପରିବାର ! ବିଗତ କିଛି ଦିନ ହେବ ଏହି ଠକ ଗ୍ୟାଙ୍ଗ ଆଦିବାସୀ ଗାଁ ଗୁଡ଼ିକରେ ବୁଲି ଲୋକଙ୍କ ଠାରୁ ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ରାସନ୍ କାର୍ଡ, ଜମି ପଟ୍ଟା ନେଉଛନ୍ତି ଏବଂ କହୁଛନ୍ତି କି ସେ ଜଣେ ବ୍ୟାଙ୍କ କର୍ମଚାରୀ ! ୨୦ ହଜାର ଟଙ୍କା କୃଷି ଲୋନ କରିଦେବେ ବୋଲି କହି ୧୦ ହଜାର ଟଙ୍କା ଲେଖାଏଁ ଦାବୀ କରନ୍ତି ! ସତ କଥା ହେଉଛି ଯେ ଲୋକଙ୍କ ଖାତାକୁ ୬୦ ହଜାର ରୁ ଏକ ଲକ୍ଷ ୩୦ ହଜାର ପର୍ଯ୍ୟନ୍ତ ଲୋନ ଆସେ ! କିନ୍ତୁ ଦଲାଲ ଜଣକ ଚାଲାକି କରି ଲୋକ ମାନଙ୍କର ବ୍ୟାଙ୍କ ପାସ ବହି ନିଜ ପାଖରେ ରଖିବା ସହ ଏକ ଜନସେବା କେନ୍ଦ୍ର କୁ ନେଇ ଲୋକଙ୍କ ଟଙ୍କା ଉଠାନ୍ତି ! ପ୍ରଥମ କହିଥିବା ମୁତାବକ ୨୦ ହଜାରରୁ ୧୦ ହଜାର ସେ ଦଲାଲ ଜଣକ ନେଇଥାନ୍ତି, କିନ୍ତୁ କିଛି ଦିନ ଗଲା ପରେ ତିନି ଜଣ ଦଲାଲ ଙ୍କ ଭିତରେ ଭାଗ ନଛିଡିବାରୁ ଗଣ୍ଡଗୋଳ ହୋଇଥିଲା ଏବଂ ସେଥିମଧ୍ୟରୁ ଜଣେ ଦଲାଲ ଲୋକଙ୍କୁ ସତ କଥା କହିଥିଲେ ଯେ ତୁମ ଷ୍ଟେଟବ୍ୟାଙ୍କ ଖାତାକୁ ୨୦ ହଜାର ନୁହେଁ ଲକ୍ଷେ ତିରିଶ ହଜାର ଟଙ୍କା ଆସିଛି ! ଏହି କଥା ଶୁଣି ଲୋନ କରିଥିବା ଲୋକମାନେ ଆଧାର କାର୍ଡ ନେଈ ଜନସେବା କେନ୍ଦ୍ରରେ ଅବଡେଟ କରି ମିନି ଷ୍ଟେଟମେଣ୍ଟ ଦ୍ବାରା ଜାଣିବାକୁ ପାଇଲେ ଯେ ଦଲାଲ ଜଣକ ଚୁନ ବୋଳିଛନ୍ତି ! ଠକାମିର ଶିକାର ହୋଈଥିବା ଆଦିବାସୀ ପରିବାର ଲିଖିତ ଭାବେ ଜିଲ୍ଲାପାଳଙ୍କ ସମେତ ଏସପି, ଏବଂ ସ୍ଥାନୀୟ ଥାନା କୁ ଅବଗତ କରାଇଛନ୍ତି ! କିନ୍ତୁ ଏଥିରେ ବ୍ୟାଙ୍କ ମ୍ୟାନେଜର ସମେତ ବଡ଼ ବଡିଆଙ୍କ ହାତ ଥିବା ଜଣା ପଡିଛି ।
ଷ୍ଟେଟବ୍ୟାଙ୍କ ରୁ ଲୋନ କରାଇ ଦେବା ନାମରେ ଆଦିବାସୀ ଲୋକଙ୍କ ଠାରୁ ଟଙ୍କା ଆତ୍ମସାତ !!!

