ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବଜ୍ରାଘାତରେ ବ୍ୟାପକ କ୍ଷୟକ୍ଷତି , ଜଣେ ଆହତ ! ସୁକିନ୍ଦା ବ୍ଲକ ଅନ୍ତର୍ଗତ ବଉଳପାଳ ଗ୍ରାମରେ ବଜ୍ରାଘାତ ଘଟି ବ୍ୟାପକ କ୍ଷୟକ୍ଷତି ଘଟିବା ସହ ଜଣେ ଆହତ ହୋଇଥିବା ଜଣାଯାଇଛି ! ସୂଚନା ମୁତାବକ ପ୍ରଚଣ୍ଡ ବଜ୍ରାଘାତ ପ୍ରଭାବରେ ବଉଳପାଳ ଗ୍ରାମର ମିଟୁ ଖୁଣ୍ଟିଆଙ୍କ ଦୁଇ ପୁଅ ରଞ୍ଜନ ଖୁଣ୍ଟିଆ ଓ ସୁଶାନ୍ତ ଖୁଣ୍ଟିଆଙ୍କ ଘର ଫାଟି ନଷ୍ଟ ହେବା ସହିତ ଘରେ ଥିବା ବିଭିନ୍ନ ବିଦ୍ୟୁତ୍ ସରଞ୍ଜାମ ପୋଡ଼ି ନଷ୍ଟ ହୋଇଯାଉଛି । ଏହି ବଜ୍ରାଘାତରେ ସୁଶାନ୍ତ ଖୁଣ୍ଟିଆ ଆହତ ହୋଇଥିବା ଜଣାଯାଇଛି !
ବଜ୍ରାଘାତରେ ବ୍ୟାପକ କ୍ଷୟକ୍ଷତି : ଜଣେ ଆହତ !!!

