ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାଶୀନଗର ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଛାତ୍ର ହଷ୍ଟେଲକୁ ଅଚାନକ ଗସ୍ତ କଲେ ପାରଳା ବିଧାୟକ ଶ୍ରୀ ଈଂ ରୁପେଶ ପାଣିଗ୍ରାହୀ । ହଷ୍ଟେଲରେ ପ୍ରତ୍ୟେକ କୋଠରୀ ବୁଲି ବୁଲି ତଦାରଖ କରିବା ସହ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ବହୁ ବର୍ଷ ଧରି ରହିଥିବା ସମସ୍ୟାକୁ କେହି ବି ଗୁରୁତ୍ଵ ଦେଇ ନଥିବା ବେଳେ ଉକ୍ତ ସମସ୍ୟାକୁ ଦୂର କରିବା ପାଇଁ ବିଧାୟକ ନିଜେ ଉକ୍ତ ସ୍ଥାନରେ ପହଞ୍ଚି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବିଧାୟକ ଗସ୍ତ ସମୟରେ ବ୍ଲକ ଶିକ୍ଷା ଅଧିକାରୀ, କର୍ମଚାରୀ, ଉକ୍ତ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ, ବିଦ୍ୟାଳୟ ସଭାପତି, ଏନ୍ଏସି ନିର୍ବାହୀ ଅଧିକାରୀ, କନିଷ୍ଟ ଯନ୍ତ୍ରୀ, ଓ ସ୍ଥାନୀୟ ସରପଞ୍ଚ କେ ତେଜସ୍ୱର ରାଓ ଉପସ୍ଥିତ ହୋଇଥିଲେ । ଅତିଶୀଘ୍ର ହଷ୍ଟେଲର ସମସ୍ତ ସମସ୍ୟା ଦୂର କରିବା ନେଇ ଶିକ୍ଷା ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ବିଧାୟକ । ଏହାର ତଦାରଖ କରି ହଷ୍ଟେଲ ପ୍ରତି ଉଚିତ୍ ପଦକ୍ଷେପ ଗ୍ରହଣ କରିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରିଛନ୍ତି ବିଧାୟକ ।
ହଷ୍ଟେଲକୁ ଅଚାନକ ଗସ୍ତ କଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ !!!

