ନୟାଗଡ଼ ରୋଟାରୀ କ୍ଲବ ତରଫରୁ ଗୁରୁଦିବସ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ ରୋଟାରୀ କ୍ଲବ ତରଫରୁ ଗୁରୁଦିବସ ପାଳିତ ! ନୟାଗଡ଼ ରୋଟାରୀ କ୍ଲବ ସଭାଗୃହରେ ଗୁରୁଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗୁରୁଦିବସ ଅବସରରେ କ୍ଲବର ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ l ରୋଟାରୀ କ୍ଲବ ର ସଭାପତି ଶ୍ରୀକାନ୍ତ ଖଟେଇ ମହୋଦୟ ସଭା କାର୍ଯ୍ୟ ତ୍ୱରାନ୍ୱିତ କରାଇଥିଲେ l ଗୁରୁ ଦିବସ ଅବସରରେ 8 ଟି ବ୍ଲକ୍ ରୁ ଆଠ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା l ଶିକ୍ଷକ ମାନେ ସେମାନଙ୍କର ନିଷ୍ଠାପର ଶିକ୍ଷା ନିତୀ ଓ ଆଦର୍ଶକୁ ସମାଜ ପାଇଁ ଉତ୍ସର୍ଗ କରିଥିଲେ, ତେଣୁ ଯେତେ ବି ସମ୍ମାନ କରାଗଲେ କମ ହେବ ବୋଲି ଜିଲ୍ଲା ପରିଷଦର ସଭାପତି , ଉତ୍ସବର ମୁଖ୍ୟ ଅତିଥି ଦେବାଶିଷ ପଟ୍ଟନାୟକ କହିଥିଲେ ! ସମସ୍ତେ ପ୍ରଥମେ ସନାତନୀ ଓ ସନାତନ ଧର୍ମ ରେ ଗୁରୁ ଶିଷ୍ୟଙ୍କ ଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନ ହେଉଛି ସ୍ୱାର୍ଥ ବିହୀନ ଶିକ୍ଷା ନିତୀ l ନିସ୍ୱାର୍ଥପର ଭାବେ ଶିକ୍ଷା ଗ୍ରହଣ ନୀତି l ଅତି ସୁନ୍ଦର ଭାବେ ଅତିଥି ମାନେ ଅଭିଭାଷଣ ରଖିଥିଲେ l ସମ୍ମାନୀତ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ର ଅଧ୍ୟକ୍ଷl ଶ୍ରୀମତୀ ନିରୁପମା ଖଟେଇ , ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଓ କ୍ଲବ ର ସମ୍ପାଦକ ଅବିନାଶ ସାହୁ , କ୍ଲବର ପୂର୍ବତନ ସଭାପତି ବସିରନ୍ ବିବି ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *