ପାଇକମାଳ ଥାନା ସମ୍ମୁଖରେ ବିଜେଡି ବିଧାୟିକା ବର୍ଷା ସିଂ ବରିହା ଙ୍କ ନେତୃତ୍ୱ ରେ ବିକ୍ଷୋଭ ପ୍ରଦର୍ଶନ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପାଇକମାଳ ଥାନା ରେ ଉତ୍ତେଜନା ! ବରଗଡ ଜିଲ୍ଲା ପାଇକମାଳ ଥାନା ସମ୍ମୁଖରେ ବିଜେଡି ବିଧାୟିକା ବର୍ଷା ସିଂ ବରିହା ଙ୍କ ନେତୃତ୍ୱ ରେ ବିକ୍ଷୋଭ ପ୍ରଦର୍ଶନ ! ସୂଚନା ଅନୁଯାୟୀ କିଛି ବିଜେଡି କର୍ମୀ ଓ ବିଜେପି କର୍ମୀ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଓ ପାଇକମାଳ ପୋଲିସ ବିଜେଡି ର ପାଇକମାଳ ବ୍ଲକ ର ଉପାଧ୍ୟାକ୍ଷ ସଂଜୀବ ବରିହା ଙ୍କୁ ଗିରଫ କରିବାରୁ ବିଧାୟିକା ଓ ତାଙ୍କ ସମର୍ଥକ ଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ! ସେମାନେ ବିଜେପି ନେତା କୁ ଗିରଫ ଦାବି ରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ! ଉତ୍ୟକ୍ତ ଲୋକଙ୍କୁ ସ୍ଥାନୀୟ ଏସ ଡି ପି ଓ ଏବଂ ଥାନା ଅଧିକାରୀ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବାରୁ ଧାରଣା କୁ ଦୁଇ ଦିନ ପାଇଁ ସ୍ଥଗିତ ରଖା ଯାଇଛି ଏବଂ ଦାବି ପୂରଣ ନହେଲେ ଆଗାମୀ ଦିନ ରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ବିଜେଡି କର୍ମୀ ମାନେ ଚେତାବନୀ ଦେଇଛନ୍ତି ! ଏହି ଧାରଣା ରେ ପାଇକମାଳ ବ୍ଲକ ର ଶହ ଶହ ସଂଖ୍ୟା ରେ ବିଜେଡି କର୍ମୀ ଉପସ୍ଥିତ ଥିଲେ !

Leave a Reply

Your email address will not be published. Required fields are marked *