ରାଜ୍ୟସ୍ତରୀୟ ଭଲି ବଲ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଭଲି ବଲ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେବ, ଆସନ୍ତା ଅକ୍ଟୋବର ୬ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ଗଜପତି ଷ୍ଟାଡିୟମ୍ ଠାରେ ଚାରି ଦିନ ଧରି ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାର ଭଲି ବଲ ପ୍ରତିଯୋଗୀ ମାନେ ଯୋଗଦାନ କରିବାର ରହିଅଛି, ଦୁଇ ଗୋଟି ପ୍ରତିଯୋଗୀତା ଅନୁଷ୍ଠିତ ହେବ , ଯାହା ୧୪ ବର୍ଷ କମ ବୟସ ମଧ୍ୟରେ ଓ ୧୭ ବର୍ଷରୁ କମ୍ ବୟସ ମଧ୍ୟରେ ପ୍ରତିଯୋଗିତାରେ ଉଭୟ ଛାତ୍ରଛାତ୍ରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ପ୍ରତିଯୋଗିତା ନିମନ୍ତେ ବିଭିନ୍ନ କମିଟି ଗଠନ କରାଯାଇଛି ,ଯଥା ପଞ୍ଜିକରଣ କମିଟି, ଗ୍ରାଉଣ୍ଡ ମ୍ୟାନେମେଣ୍ଟ ଓ ପ୍ରୋଗ୍ରାମ କମିଟି, ଆବାସ କମିଟି ,ସାଂସ୍କୃତିକ କମିଟି, ଖାଦ୍ୟ କମିଟି, ଅର୍ଥ କମିଟି, ପରିବହନ କମିଟି ଓ ସ୍ବାସ୍ଥ୍ୟ କମିଟି ଇତ୍ୟାଦି ଗଠନ କରାଯାଇଅଛି । ପ୍ରତିଯୋଗିତାରେ ୩୦ ଜିଲ୍ଲା ମଧ୍ୟରୁ ୨୮ ଗୋଟି ଟିମ୍ ଯୋଗ ଦେବେ ଓ ଏଥିରେ ଏକ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରତିଯୋଗୀ ଭାଗ ନେବେ। ସେହିପରି ସମସ୍ତ କମିଟି ସଠିକ୍ ଭାବରେ ସଂଯୋଜନା କରିବା ନିମନ୍ତେ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପ୍ରତିଦିନ ପଡ଼ିଆ କୁ ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ସନ୍ଧ୍ୟାରେ ଉକ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ଡ଼.ଗୁଣନିଧି ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁ, ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପାଣକୃଷ୍ଣ ପାଣିଗ୍ରାହି, ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡ଼ା, ଜିଲ୍ଲା କ୍ରୀଡ଼ା ଶିକ୍ଷକ ଶ୍ରୀ ସୁରେନ୍ଦ୍ର ପାତ୍ର ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ କ୍ରୀଡ଼ା ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *