ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଅତ୍ତା ଶିବ ମନ୍ଦିର ନିକଟରୁ ଉଦ୍ଧାର ହୋଇଥିବା ୧୨ ଫୁଟ ଲମ୍ବର ବିରଳ ଅଜଗରକୁ ମହାଗିରୀ ଘଞ୍ଚ ଜଙ୍ଗଲରେ ଛଡାଗଲା । ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଅତ୍ତା ଗ୍ରାମ ଶିବ ମନ୍ଦିର ନିକଟରେ ୧୨ ଫୁଟ୍ ଲମ୍ବର ଏକ ଅଜଗର ସାପ ଦେଖି ଗ୍ରାମବାସୀ ଭୟଭୀତ ହୋଇ ସୁକିନ୍ଦା ବନବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ସୁକିନ୍ଦାର ପ୍ରଶିକ୍ଷିତ ସାପ ଉଦ୍ଧାରକାରୀ ସୋମ୍ୟାଜିତ ବେହୁରା ଘଟଣାସ୍ଥଳରେ ପହଞ୍ଚି ସତର୍କତା ଅବଲମ୍ବନ କରି ବିନା ଆଘାତରେ ଅଜଗରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ! ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ରାତିରେ ମହାଗିରୀ ଜଙ୍ଗଲରେ ସାପକୁ ଛାଡିଥିବା ଦେଖିବାକୁ ମିଳିଛି । ଉଦ୍ଧାର ହୋଇଥିବା ବିରଳ ଅଜଗରକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ସୋମ୍ୟାଜିତଙ୍କ ସାହସିକତା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।