ଅନଲାଇନ ଗେମ୍ ଖେଳି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଯୁବକ !!!

0
33

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅନଲାଇନ ଗେମ୍ ସାଜିଲା କାଳ ! ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଯୁବକ ! ଅନଲାଇନ୍ ଗେମ୍ ରେ କରଜ କରି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ । ଘଟଣା ଟି ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ବହୁଗ୍ରାମ ବଣିଆ ସାହି ଅଞ୍ଚଳରେ । ସୂଚନା ମୁତାବକ ମନୋଜ କୁମାର ସାହୁ ନାମକ 28 ବର୍ଷୀୟ ଜଣେ ଯୁବକ ମୋବାଇଲ ରେ ଅନଲାଇନ୍ ଗେମ୍ ରେ କରଜ କରି ହତାଶ ହେବା ପରେ ତିନି ଦିନ ଧରି ଘରୁ ନିଖୋଜ ଥିଲେ ! ଗତ କାଲି ତାଙ୍କ ବାପା ପାଗା ଫାଣ୍ଡି ରେ ପୁଅ ନିଖୋଜ ଥିବା ଏତଲା ଦେଇଥିଲେ ! ମାତ୍ର ଆଜି ନିଜ ବାଡ଼ିରେ ବେକରେ ରସି ଲଗାଇ ମନୋଜ ଝୁଲୁଥିବାର ଦେଖାଯାଇଥିଲା ! ଏସଂପର୍କରେ ପୋଲିସ ସୂଚନା ପାଇ ଘଟଣା ର ତଦନ୍ତ ଚଳାଇଛି !

 

LEAVE A REPLY

Please enter your comment!
Please enter your name here