ଅଖିଳ ଭାରତ କିଷାନ ମଜଦୂର ସଭା ପକ୍ଷରୁ ଜମି ଓ ଜଙ୍ଗଲ ଉପରେ ଅଧିକାର ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣ ବିକ୍ଷୋଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅଖିଳ ଭାରତ କିଷାନ ମଜଦୂର ସଭା ପକ୍ଷରୁ ଜମି ଓ ଜଙ୍ଗଲ ଉପରେ ଅଧିକାର ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣ ବିକ୍ଷୋଭ । ଅଖିଳ ଭାରତ କିଷାନ ମଜଦୂରର ଜିଲ୍ଲା ସମ୍ପାଦକ କେଦାର ଶବରଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 8 ଦଫା ଦାବି ନେଇ ଗଣବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବୀ ଗୁଡିକ ହେଲା ଗରିବ ଓ ଭୂମି ହୀନଙ୍କୁ ଜମି ଓ ଘରଡିହ ପଟ୍ଟା ଯୋଗାଇ ଦିଆଯିବା । ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ ରୁ ବାଦ ପଡିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ। ସମସ୍ତ ବିଧବା , ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସାମାଜିକ ସୁରକ୍ଷା ଭତ୍ତା 1000 ଟଙ୍କା ପରିବର୍ତ୍ତେ 5000 ଟଙ୍କା କୁ ବୃଦ୍ଧି ! ମନରେଗା ଶ୍ରମିକ ଙ୍କୁ ଶହେ ଦିନର କାମ ଯୋଗାଇ ଦେବା ସହ ସର୍ବନିମ୍ନ ମଜୁରୀ ଦିନକୁ 600 ଟଙ୍କା କୁ ବୃଦ୍ଧି କରିବା , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବା ପ୍ରଭୃତି ଏହି ଭଳି 8 ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କିଷାନ ମଜଦୂର ସଭାର ରାଜ୍ୟ ସମ୍ପାଦକ ଭାଲ ଚନ୍ଦ୍ର ଷଡଙ୍ଗୀ, ଅଖିଳ ଭାରତ କିଷାନ ମଜଦୂର ସଭାର ଜିଲ୍ଲା ସମ୍ପାଦକ କେଦାର ଶବରଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *