ବାଙ୍କୀ ସାହାଡ଼ାପଦାର ଗଛ ମଣିଷ କାହ୍ନୁ ମହାରଣା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ନିର୍ବାଚନ ମଣ୍ଡଳୀର ପ୍ରମୁଖ ଛକ ମାନଙ୍କରେ ହାତଲେଖା ପୋଷ୍ଟର ମରାଯାଇଛି ! ବାଙ୍କୀ ଏନ.ଏ. ସି ଅନ୍ତର୍ଗତ ସାହାଡ଼ାପଦା ଗ୍ରାମର କାହ୍ନୁ ମହାରଣା, ବୟସ ପାଖାପାଖି ଅଶି ବର୍ଷରୁ ଅଧିକ ହେବ | ପରିଣତ ବୟସରେ ଅସୁସ୍ଥ ଦେହରେ ଚାଲି ଚାଲି ଲୋକଙ୍କୁ ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣ କରିବାର ସଚେତନ ବାର୍ତ୍ତା ବାଣ୍ଟୁଛନ୍ତି | ସରକାରୀ ଚାକେରି ରୁ ଅବସର ପରେ ନିଜସ୍ୱ ଉଦ୍ୟମ ରେ ନିଜ ବାସସ୍ଥାନରେ ଥିବା ଦୁଇ ଗୁଣ୍ଠ ଖୋଲାସ୍ଥାନ ଏବଂ ଘର ପାଖରେ ଥିବା ରଘୁନାଥ ମନ୍ଦିର ପରିସରରେ ଏକ ସୁନ୍ଦର ଔଷଧୀୟ ବଗିଚାଟିଏ କରିଛନ୍ତି | ସେଥିରେ ଥିବା ବିଭିନ୍ନ ପ୍ରକାର ଫୁଲ, ଫଳ ବାସ୍ତୁଭିତ୍ତିକ ଚେର ମୂଳି ଗଛ ସବୁ ମାଗଣାରେ ଜନସାଧାରଣଙ୍କୁ ବାଣ୍ଟିଥାନ୍ତି | ପରିବେଶ ସୁରକ୍ଷା ଓ ଗଛର ଉପକାରିତାକୁ ନେଇ ଲେଖିଥିବା ତଥ୍ୟ ମାନଙ୍କୁ ଗାଁର ଯୁବ ସମାଜ ଓ ଛୋଟ ପିଲାଙ୍କୁ ଡାକି ଶୁଣାନ୍ତି | ଶ୍ରୀଯୁକ୍ତ ମହାରଣାଙ୍କ ଏସବୁ ପ୍ରୟାସକୁ କିଏ ଗ୍ରହଣ କରନ୍ତିତ ଆଉ କିଏ ଆଗ୍ରହ୍ୟ କରି ଥଟ୍ଟା ମଜାରେ ଉଡେଇ ଦିଅନ୍ତି | “ଗଛ ଲଗାନ୍ତୁ ଧର୍ମ ଅର୍ଜନ କରନ୍ତୁ ” ବାର୍ତ୍ତାକୁ ଜୀବନର ଶେଷ ପର୍ଯ୍ୟନ୍ତ ଏମିତି ଲୋକଙ୍କୁ ମନ ଭିତରେ ପୁରାଇବାର ଶପଥ ନେଇଛନ୍ତି | ସରକାରୀ କିମ୍ବା ବେସରକାରୀ ସ୍ତରରେ ଯେତେସବୁ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ହେଲେ ଵି, ବାଙ୍କୀର ଏହି ଗଛ ମଣିଷ କାହ୍ନୁ ମହାରଣାଙ୍କ ଏକଲା ପ୍ରୟାସକୁ ବାଙ୍କୀ ବୁଦ୍ଧିଜୀବୀ କରିଛନ୍ତି ଶତ ପ୍ରଣାମ |

Leave a Reply

Your email address will not be published. Required fields are marked *