କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପେଟ୍ରୋଲ ଟ୍ରକ ଦୁର୍ଘଟଣା ରେ ଦୁଇ ମୃତ । ଡେରାବିଶ ଅଳବାଙ୍କ ଛକ ପାରାଦ୍ୱୀପ – ଚଣ୍ଡିଖୋଲ ଏନଏଚରେ ଟ୍ରକ ଧକ୍କାରେ ଦୁଇ ମୃତ । ବାଇକ ରେ ଦୁଇ ଆରୋହୀ ଆଜି ସକାଳୁ ଚାନ୍ଦବାଲି କୁ ଫେରୁଥିବା ବେଳେ ପେଟ୍ରୋଲ ଟ୍ରକ ପଛ ପଟୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ।ଫଳରେ ଦୁଇ ଆରୋହିଙ୍କ ଘଟଣା ସ୍ଥଳରେ ମୃତୁ ହୋଇଥିଲl । ଟ୍ରକ ଟି ଅତ୍ୟନ୍ତ ଦ୍ରୁତ ଗତିରେ ଥିବାରୁ ବାଇକୁ ଅଧ କିଲୋ ମିଟର ଯାଏ ଘୋଷାଡ଼ି ନେଇଥିଲା । ଦୁଇ ବାଇକ ଆରୋହୀ ଦୁଇ ସଢୁ ଓ ତାଙ୍କ ନାମ ଅଜୟ ଦାଶ ଓ ଭବାନୀ ଶଙ୍କର ମହାପାତ୍ର । ଦୁହେଁ କାଲି ମାହାଙ୍ଗା ଅଞ୍ଚଳରୁ ଶଶୁର ଘରୁ ଏକ ପାରିବାରିକ ଭୋଜି ଖାଇ ଆଜି ସକାଳୁ ନିଜ ଗନ୍ତବ୍ୟସ୍ଥଳ କୁ ଯାଉଥିଲେ । ଜଣଙ୍କ ଘର ଚାନ୍ଦବାଲି ଓ ଅନ୍ୟ ଜଣଙ୍କ ଘର ପାରାଦ୍ୱୀପ ପଙ୍କପାଳ । ଘଟଣା ସ୍ଥଳରେ ଚାପା ଉତେଜନା ସୃଷ୍ଟି ହୋଇ ରାସ୍ତା ରୋକ ହୋଇଥିବା ବେଳେ ଗାଡି ଚଳାଚଳ ମଧ୍ୟ ବାଧା ପ୍ରାପ୍ତ ହୋଇଥିଲା । ଘଟଣା ସ୍ଥଳରେ ଡେରାବିଶ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ଡ୍ରାଇଭରଙ୍କୁ ଗ୍ରାମବାସି ପୋଲିସ ଜିମାରେ ଦେଇଛନ୍ତି ଓ ଗାଡି କୁ ଅଟକାଇ ରଖିଛନ୍ତି । କେନ୍ଦ୍ରାପଡ଼ା ଏସଡ଼ିପିଓ ବୁଝା ସୁଝା ପରେ ରାସ୍ତା ରୋକ ରୁ ଲୋକେ ଓହରିଥିଲେ ।

