ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ! ପବିତ୍ର ଦଶହରା ଅବସରରେ ସୁକିନ୍ଦା ଷ୍ଟାଡିୟମରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ରାବଣ ପୋଡ଼ି କମିଟିର ସଦସ୍ୟ ମାନେ ଏକ ତଲୱାର ଶୋଭାଯାତ୍ରାରେ ଯାଇ ସୁକିନ୍ଦା ଥାନା ପାଖ ଦୁର୍ଗା ମଣ୍ଡପରୁ ଆଜ୍ଞା ମାଳ ଆଣିବା ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇ ବାଣ ଫୁଟା ପ୍ରଦର୍ଶନୀ ହୋଇଥିଲା । ଚଳିତ ବର୍ଷ ୨୪ ବର୍ଷ ପୂର୍ତ୍ତି ରାବଣ ପୋଡ଼ି ଅବସରରେ ଥାର୍ଡ଼ ଇଣ୍ଡିଆନ ରିଜର୍ଭ ବାଟାଲିୟନର ଦୂର୍ଗପତ୍ତି ଲୋଚନ ପଶାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଗ୍ନି ସଂଯୋଗ କରିଥିଲେ । ରାବଣ ଦେହରେ ଲାଗିଥିବା ବିଭିନ୍ନ ପ୍ରକାରର ବାଣ ଗୁଡ଼ିକୁ ଦୁଇଟି ପ୍ରଶିକ୍ଷକ ବାଣୁଆ ଟିମ୍ ଫୁଟାଇ ପ୍ରଦର୍ଶନ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ସୁକିନ୍ଦା ଅଗ୍ନିଶମ ବିଭାଗ ରାବଣ ପୋଡ଼ି ସ୍ଥାନରେ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିଲେ । ଆଇନ ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ସୁକିନ୍ଦା ଷ୍ଟାଡିୟମରେ ଅନୁଷ୍ଠିତ ଏହି ରାବଣପୋଡ଼ି ଉତ୍ସବ ଦେଖିବା ପାଇଁ ସୁକିନ୍ଦା ତଥା ଆଖପାଖ ଅଞ୍ଚଳର ହଜାର ହଜାର ହଜାର ଲୋକଙ୍କ ଭିଡ଼ ହୋଇଥିଲା !