ଧାନ ବିହନ ଉତ୍ପାଦନକାରୀ କୃଷକ ଙ୍କ ପାଇଁ ଜାରି କରିଥିବା ନୂତନ ନିୟମକୁ ପ୍ରତ୍ୟାହାର କରିବା ପାଇଁ ଦାବୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଚଳିତ ଖରିଫ ଋତୁରେ ଧାନ ବିହନ ଉତ୍ପାଦନ କରୁଥିବା ଚାଷୀ ଙ୍କ ପାଇଁ ସରକାର କରିଥିବା ନୂତନ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ନେଇ ଦାବୀ ! ଗଜପତି ଜିଲ୍ଲା ବିହନ ଉତ୍ପାଦନକାରୀ କୃଷକ ସରକାରଙ୍କ ତରଫରୁ ଜାରି କରିଥିବା ନୂତନ ନିୟମକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଛନ୍ତି । ଅଗଷ୍ଟ ମାସ 31 ତାରିଖ ସୁଦ୍ଧା କୃଷକ ମାନେ ବିହନ ନିଗମରେ ପଞ୍ଜିକରଣ କରି ସାରିଛନ୍ତି । ପୁଣି ମଣ୍ଡିରେ ମଧ୍ୟ ପଞ୍ଜିକରଣ କରିଛନ୍ତି । କୃଷକ ମାନେ କହିବା କଥା ହେଲା ପ୍ରତ୍ୟେକ ହେକ୍ଟରକୁ 55 ରୁ 60 କ୍ୟୁଣ୍ଟାଲ ଧାନ ଉତ୍ପାଦନ କରୁଥିବା ସମୟରେ ବିହନ ନିଗମ ମାତ୍ର ସେଥିରୁ 15 ରୁ 20 କ୍ୟୁଣ୍ଟାଲ ଧାନ କୃଷକ ମାନଙ୍କ ଠାରୁ ନେଇଥାନ୍ତି । ତେଣୁ ବଳକା 30 କ୍ୟୁଣ୍ଟାଲ ଧାନ ମଣ୍ଡିକୁ ଚାଷୀ ବିକ୍ରି କରୁଥିଲେ । କିନ୍ତୁ ବର୍ତ୍ତମାନ ଚାଷୀ ମାନଙ୍କ ଖାତା ନମ୍ବର ପ୍ଲଟ ନମ୍ବର ମଗାଯାଇଛି । ସେଥିରେ ବାଧ୍ୟ କରାଯାଇଛି ମଣ୍ଡିରେ ବିକ୍ରି କରୁଥିବା ଚାଷୀ ବିହନ ନିଗମରେ ବିକ୍ରି କରି ପାରିବ ନାହିଁ । ନିଗମର ଚାଷୀ ମଣ୍ଡିରେ ବିକ୍ରି କରି ପାରିବ ନାହିଁ ବୋଲି କଟକଣା ଜାରି ହୋଇଥିବା ନେଇ ଚାଷୀ ଅଭିଗୋଗ କରି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି !

Leave a Reply

Your email address will not be published. Required fields are marked *