ଚିନ୍ମୟ ଫାଉଣ୍ଡେସନର ଆନ୍ତର୍ଜାତିକ ପାଞ୍ଚ ସନ୍ଧ୍ୟା ଫୁଲଘର ପ୍ରତିଯୋଗିତା : ଭାଗନେଲେ ୩୭୨୪ ଜଣ ପ୍ରତିଯୋଗୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗ୍ରାମାଞ୍ଚଳର କଳା ଓ ସଂସ୍କୃତିକୁ ବଜାୟ ରଖିବା ସହ ଏହାକୁ ବିଶ୍ବ ଦରବାରରେ ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ଯାଜପୁର ଜିଲ୍ଲା ଅନ୍ତର୍ଗତ ବାବଲପୁର ଅଞ୍ଚଳରେ ପ୍ରତିଷ୍ଠିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମ ଆନ୍ତର୍ଜାତିକ ଗ୍ରାମୀଣ ପ୍ରତିଭା ଅନ୍ୱେଷଣ ଅଭିଯାନ ପକ୍ଷରୁ ଚଳିତ ମାସ ଦଶହରା ଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚ ସନ୍ଧ୍ୟା ଧରି କୁମାରୀ ମାନଙ୍କ ମଧ୍ୟରେ ଅନ୍ଲାଇନ୍ ଚଉରା ମୂଳ ଫୁଲ ଘର ପ୍ରତିଯୋଗିତା ଓ ଫୁଲ ବଉଳବେଣୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପାଞ୍ଚ ସନ୍ଧ୍ୟାରେ ମୋଟ ୩୭୨୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବିଗତ ବର୍ଷ ଭଳି ଚଳିତ ବର୍ଷ ଦେଶ ବିଦେଶରେ ରହୁଥିବା ମହିଳା ମାନଙ୍କୁ ନେଇ କାର୍ତ୍ତିକ ମାସରେ ପାଞ୍ଚ ଦିନ ଧରି ମୁରୁଜ, ମାର୍ଗଶିର ମାସରେ ପାଞ୍ଚ ପାଳି ଗୁରୁବାର ସେର ଝୋଟି ସହ ମୁସଲମାନ ମହିଳା ମାନଙ୍କୁ ନେଇ ମେହେନ୍ଦି ପ୍ରତିଯୋଗୀତା କାର୍ଯ୍ୟକ୍ରମର ଆହୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ଇଛୁକ ମହିଳା ପ୍ରତିଯୋଗୀ ମାନେ ସବିଶେଷ ବିବରଣୀ ନିମନ୍ତେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ସହ ୮୩୨୮୮୭୬୦୩୮ ଦୂରାଭାଷ ସଂଖ୍ୟାରେ ଯୋଗାଯୋଗ କରିପାରିବେ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *