ସୁକିନ୍ଦା ଅଞ୍ଚଳରୁ ୫ ଶିଶୁ ଶ୍ରମିକ ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସୁକିନ୍ଦା ର ବିଭିନ୍ନ ସ୍ଥାନରୁ ୫ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ଶିଶୁ ସହାୟତା ସେବା ସଂଗଠନ ଯାଜପୁର ଜିଲ୍ଲା ସଂଯୋଜକ ବରେନ୍ଦ୍ର କୃଷ୍ଣ ଦାସ, ରଜତ କୁମାର ସାହୁ ଓ ସ୍ଥାନୀୟ ପୋଲିସର ମିଳିତ ସହଯୋଗରେ ଏହି ଉଦ୍ଧାର କାର୍ଯ୍ୟ ସମ୍ପାଦନ ହୋଇଥିଲା। ୫୩ ନଂ ଜାତୀୟ ରାଜପଥ ସୁକିନ୍ଦା ନିକଟ ଦୁଇଟି ସର୍ଭିସ ସେଣ୍ଟରରୁ ୩ ଜଣ, ଜଣେ ବ୍ୟକ୍ତିଙ୍କ ଘରେ ରହି ତାଙ୍କ ଛେଳି, ଗାଈ ଚରାଉଥିବ ଜଣେ ଓ ହାତୀବାରିର ଏକ ଦୋକାନରେ କାମ କରୁଥିବା ଜଣଙ୍କୁ ମିଶାଇ ମୋଟ ୫ ଜଣ ନାବାଳକଙ୍କୁ ଏହି ଟିମ୍ ଉଦ୍ଧାର କରିଥିବା ଜଣାପଡିଛି । ସମସ୍ତ ଶିଶୁଙ୍କ ବୟସ ୧୨ ରୁ ୧୪ ମଧ୍ୟରେ । ଉଦ୍ଧାର ନାବାଳକ ମାନଙ୍କୁ ଯାଜପୁର ସ୍ଥିତ ବାଳାଶ୍ରମରେ ଛଡାଯାଇଛି । ତଦନ୍ତ ପରେ ବେଆଇନ କାର୍ଯ୍ୟ କରାଉଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *