ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ! ବଡମ୍ବା ବ୍ଲକ ସମ୍ମିଳନୀ କକ୍ଷରେ ଆର୍ଥିକ ବର୍ଷ 2023 – 24 ର 1 ଅକଟୋବର 2023 ଠାରୁ 31 ମାର୍ଚ୍ଚ 2024 ପର୍ଯ୍ୟନ୍ତ କାର୍ଯ୍ୟ ର ସମୀକ୍ଷା କରିଛନ୍ତି ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା । ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ ରଘୁପତି ମହାନ୍ତି, ମଣ୍ଡଳ ଉନ୍ନୟନ ଅଧିକାରୀ ରମେଶ ଚନ୍ଦ୍ର ଜେନା ଙ୍କ ସମେତ ପି ଓ, ଭି ଏଲ ଡବ୍ଲୁ, ସରପଞ୍ଚ, ପି ଏସ ମେମ୍ବର ଏବଂ ସମସ୍ତ ଲାଇନ ଡିପାର୍ଟମେଣ୍ଟ ର କର୍ମଚାରୀ ଉପସ୍ଥିତ ଥିଲେ । ପ୍ରତ୍ୟେକ ପଞ୍ଚାୟତ ରେ ଅଧୁରା ରହିଥିବା ସମସ୍ତ କାର୍ଯ୍ୟ ଉପରେ ଆଲୋଚନା କରାଯାଇ ତାକୁ ସମାଧାନ କରାଯାଇଥିଲା । ପରେ ଉପଜିଲ୍ଲାପାଳ ଶ୍ରୀ ଶର୍ମା ସମସ୍ତ ଲାଇନ ଡିପାର୍ଟମେଣ୍ଟ କର୍ମଚାରୀ ଙ୍କୁ ତାଗିତ କରିଥିଲେ କେହି ଛୁଟିରେ ରହିବେ ନାହିଁ । ଆସନ୍ତା ଦୁଇ ଦିନ ବାତ୍ୟା ପାଇଁ ସମସ୍ତେ ଆଲଟ ରହିବା । ଶେଷରେ ବି ଡି ଓ ରମେଶ ଚନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।