ଧର୍ମ ମାସ, କାର୍ତ୍ତିକ ମାସ , ଆମେ ଓଡ଼ିଆ ଭାରି ବଢିଆ !!!

0
81

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଧର୍ମ ମାସ, କାର୍ତ୍ତିକ ମାସ , ଆମେ ଓଡ଼ିଆ ଭାରି ବଢିଆ । କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଇଥାଏ । କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚାନ୍ଦ୍ର ମାସକୁ କାର୍ତ୍ତିକ ମାସ କହନ୍ତି । ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ମାସ । ଏହା ଧର୍ମ ମାସ ହୋଇଥିବାରୁ ଏହି ମାସଟିକୁ ନିଷ୍ଠା ସହକାରେ ପାଳନ କରାଯାଏ । ମାସ ସାରା ଆମିଷ ଭକ୍ଷଣ ବାରଣ ରହିଛି । ମାସସାରା ପାଳି ନ’ ପାରିଲେ ପଞ୍ଚୁକ ପାଞ୍ଚ ଦିନ ଆମିଷ ଭକ୍ଷଣ ନିହାତି ବାରଣ ରହିଛି । କୁହାଯାଏ ପଞ୍ଚୁକ ଏହି ପାଞ୍ଚ ଦିନରେ ବଗ ମଧ୍ୟ ଆମିଷ ଖାଇବା ଛାଡ଼ିଦିଏ । କାର୍ତ୍ତିକ ମାସ ମଧ୍ୟରେ ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା , ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଆଦି ପର୍ବ ପର୍ବାଣୀ ପଡ଼ିଥାଏ । ହବିଷ ପାଇଁ ପୁରୀରେ ବହୁ ଭିଡ଼ ପରିଲକ୍ଷିତ ହୋଇଥାଏ । କାର୍ତ୍ତିକ ପରି ମାସ ନାହିଁ , ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ । ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅତ୍ୟନ୍ତ ପବିତ୍ର। ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚୁକ,ବଗ ପଞ୍ଚୁକ, ମହାପଞ୍ଚୁକ ଇତ୍ୟାଦି କୁହାଯାଏ ।

LEAVE A REPLY

Please enter your comment!
Please enter your name here