ଗଜଲକ୍ଷ୍ମୀ ପୂଜା ନବମ ଦିନରେ ଅନ୍ନ ପ୍ରସାଦ ବଣ୍ଟନ : ହଜାରେ ଶହେ ଷୋହଳ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ !!!

0
92

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଓଡ଼ିଆ ଭଣ୍ଡାରି ସାହି ଛକରେ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଅଛି । ଏହି ପୂଜା ଦୀର୍ଘ 40 ବର୍ଷ ହେଲା ଅନୁଷ୍ଠିତ ହେଉଛି । ସକାଳ ସମୟରେ ମାଆଙ୍କ ଆଳତୀ, ହୋମ ଓ ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ କରାଯାଉଛି । ସନ୍ଧ୍ୟା ଆଳତୀ ଦର୍ଶନ କରି ମାଆଙ୍କ ଆଶିଷ ନେବାକୁ ବହୁ ଦୂର ଦୂରାନ୍ତରୁ ଭକ୍ତଙ୍କ ସମାଗମ ହେଉଛି । ଆଲୋକ ସଜ୍ଜା ତୋରଣରେ ସହର ଝଲସି ଉଠୁଛି, ନବମ ଦିନରେ ମାଆ ଙ୍କ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ସହିତ ସନ୍ଧ୍ୟା ସମୟରେ ଦୀପ ଯଜ୍ଞ ଓ ମାଆଙ୍କ ନିକଟରେ ଚୁଡି ସିନ୍ଦୂର ପ୍ରଦାନର ବ୍ୟବସ୍ଥା କରାଯାଇଛି ! ମହିଳା ମାନେ ଧାଡ଼ିରେ ଆସି ମାଆଙ୍କ ଦର୍ଶନ କରିବା ସହ ମାଆଙ୍କ ସମ୍ମୁଖରେ ଦୀପ ଦେଇ ମାଆଙ୍କ ଚୁଡ଼ି ନେଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ପୂଜା ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହି ପୂଜାରେ କମିଟିର ସଭାପତି ସୁରେଶ ଦାସ, ଗଜଲକ୍ଷ୍ମୀ ପୂଜା କମିଟିର ପରାମର୍ଶଦାତା ସୀମାଞ୍ଚଳ ପତିତ, ସମ୍ପାଦକ ବିଭୁତି ଭୂଷଣ ବେହେରା, ସଶା, ଟୁକୁନା,ପ୍ରସାଦ, ବାବୁନା, ସ୍ୱାଗତମ ପାଢ଼ୀ, ଭକ୍ତ ବେହେରାଙ୍କ ସମେତ ସାହି ବାସିନ୍ଦା ପ୍ରମୁଖ ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଟ୍ରାଫିକ ନିୟନ୍ତ୍ରଣ ସକାଶେ ପୋଲିସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here