ସଙ୍ଗୀତ ନିର୍ଦ୍ଦେଶକ ପଣ୍ଡିତ ରଘୁନାଥ ପାତ୍ରଙ୍କ ସ୍ବର ସଂଯୋଜନା ରେ ଗଜଲ୍ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପଣ୍ଡିତ ରଘୁନାଥ ପାତ୍ରଙ୍କ ସ୍ବର ସଂଯୋଜନା ଓ ସଙ୍ଗୀତ ନିର୍ଦ୍ଦେଶନାରେ ଭୁବନେଶ୍ୱର ଠାରେ ଗଜଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ! ଭୁବନେଶ୍ବରର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଭୁବନେଶ୍ବର ମ୍ୟୁଜିକ ସର୍କଲ ଦ୍ବାରା ଏକ ଚିତ୍ତାକର୍ଷକ ଗଜଲ୍ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡିର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପଣ୍ଡିତ ରଘୁନାଥ ପାତ୍ରଙ୍କ ସ୍ବର ସଂଯୋଜନା ଓ ସଙ୍ଗୀତ ନିର୍ଦ୍ଦେଶନାରେ କେତେକ ଗଜଲ୍ ଓ ପ୍ରସିଦ୍ଧ ହିନ୍ଦୀ ଗଜଲ୍ ଗାୟକ ମାନଙ୍କ ଦ୍ଵାରା କେତେ ଗୁଡ଼ିଏ ଲୋକ ପ୍ରିୟ ଗଜଲ୍ କୁ କଣ୍ଠଶିଳ୍ପୀ ଡ. ଚନ୍ଦନ ଗନ୍ତାୟତ ଓ ଶିଳ୍ପୀ ବୈଷ୍ଣବୀ ଘୋଷ ଦୁଇ ଘଣ୍ଟା ଧରି ପରିବେଷଣ କରି ଦର୍ଶକଙ୍କ ମନ ମୋହୀ ପାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଭାପତି ତଥା ଅବସର ପ୍ରାପ୍ତ ଆଇଏଏସ୍ ଅଧିକାରୀ ଶ୍ରୀ ଅରବିନ୍ଦ ବେହେରା ଉଦ୍ଘାଟନ କରିଥିବା ବେଳେ ପ୍ରତିରକ୍ଷା ବିଭାଗର ବ୍ରିଗେଡିୟର୍ ଶ୍ରୀ ସୁଧାଂଶୁ ମୋହନ ପାଣିଗ୍ରାହୀ କଳାକାର ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀମତୀ ସଂଗୀତ ଗୋସାଇଁ , ଗୁରୁ ବିଜୟ ଜେନା , ଗୁରୁ ନିଶାକାନ୍ତ ରାଉତରାୟ , ଗୁରୁ କୁଳମଣି ସାହୁଙ୍କ ସମେତ ବହୁ ସଂଖ୍ୟାରେ ସଂଗୀତ ପ୍ରେମୀ ଯୋଗ ଦେଇଥିଲେ । ଆଇ.ମନ୍ମଥ ରାଓ , ବସନ୍ତ ତିଆଡି , ପ୍ରେମ ଶଙ୍କର ଦାଶ , ବରଦା ପ୍ରସନ୍ନ ପଟ୍ଟନାୟକ , ପ୍ରଭାସ ବସନ୍ତ ରାୟ ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ।

Leave a Reply

Your email address will not be published. Required fields are marked *