କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ରେ ଘଟିଛି ଅଭାବନୀୟ ଘଟଣା ! ନେଉଳ ଦେଖେଇବା କୁ ନେଇ 8 ବର୍ଷ ର ନାବାଳିକା କୁ କଲେ ଦୁଷ୍କର୍ମ ! ସୂଚନା ମୁତାବକ ଗତ 23 ତାରିଖ ରେ ଅରକ୍ଷିତ ପରିଡା (କାଳିଆ ) ନାମକ ଜଣେ ବ୍ୟକ୍ତି ଘର ପାଖରେ ଥିବା 8 ବର୍ଷ ର ନାବାଳିକା କୁ ନେଉଳ ଦେଖେଇବା ପାଇଁ ଡାକିଥିଲେ ! ପରେ ନାବାଳିକାକୁ ଦୁଷ୍କର୍ମ କରିବା ସହ ଯଦି କାହାକୁ ଏହି କଥା କହିବୁ ନାବାଳିକା କୁ ଜୀବନ ରୁ ମାରିଦେବା ପାଇଁ ଧମକ ଦେଇଥିଲେ ! ପରେ ନାବାଳିକା ର ସ୍ୱାସ୍ଥ୍ୟ ଖରାପ ହେବାରୁ ପ୍ରଥମ ଯାଜପୁର ଜିଲ୍ଲା ରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରାଯାଇଥିଲା ! ଡାକ୍ତର କହିବା ପରେ କୁନି ଝିଅ କୁ ପଚାରିବାରୁ ନାବାଳିକା ଜଣକ ସମସ୍ତ ଘଟଣା ପରିବାର ଲୋକ ଙ୍କୁ କହିଥିଲେ ! ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ କଟକ ବଡ଼ ମେଡିକାଲ ରେ ଗାଇନିକ ୱାର୍ଡ କୁ ପଠାଇଥିଲେ ! ପରିବାର ଲୋକ ରାମଚନ୍ଦ୍ରପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି , ଏପଟେ ପରିବାର ଲୋକ ତୁରନ୍ତ ଦୋଷୀ କୁ ଗିରଫ କରି କଠୋର ଦଣ୍ଡ ରେ ଦଣ୍ଡିତ କରାଯିବା ପାଇଁ ଦାବୀ କରିଛନ୍ତି !
ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ରେ ଅଭାବନିୟ ଘଟଣା !!!

