ଗର୍ଭବତୀ ମହିଳା କର୍ମଚାରୀଙ୍କୁ ସିଡିପିଓ ଙ୍କ ନିର୍ଯାତନା ଅଭିଯୋଗ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଗର୍ଭ ଯନ୍ତ୍ରଣା ବେଳେ ଅଧିକାରୀ ଛାଡିଲେନି ଡାକ୍ତରଖାନା , ଚାଲିଗଲା ଗର୍ଭରେ ଥିବା ଶିଶୁର ଜୀବନ । ଗର୍ଭବତୀ ମହିଳା କର୍ମଚାରୀଙ୍କୁ ସିଡିପିଓ ଙ୍କ ନିର୍ଯାତନା l ନିର୍ଯାତନା ସହି ନପାରି ୭ ମାସରେ ମୃତ ଶିଶୁ ଜନ୍ମ କଲେ ମହିଳା କର୍ମଚାରୀ l ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରୁ l ସୂଚନା ଅନୁଯାୟୀ ଡେରାବିଶ ସିଡିପିଓ ଅଫିସର ହେର୍ଡ କ୍ଲର୍କ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ଗତ ପଚିଶ ତାରିଖ ଦିନ ଡେରାବିଶ ସିଡିପିଓ ଙ୍କ ଅଫିସ ଭିତରେ ଗର୍ଭ ଯନ୍ତ୍ରଣା ରେ ଛଟପଟ ହେଉଥିଲେ ! କିନ୍ତୁ ଡେରାବିଶ ସିଡିପିଓ ସ୍ନେହଲତା ସାହୁ ତାଙ୍କୁ ମେଡିକାଲ ନେବା ତଥା ଆମ୍ବୁଲାନ୍ସ ଡାକିବା ପରିବର୍ତ୍ତେ ତାଙ୍କୁ ମାନସିକ ନିର୍ଯାତନା ଦେଇଥିଲେ ! ଫଳରେ ସେ ଚେୟାର ରୁ ତଳେ ପଡି ଯାଇଥିଲେ ! ଖବର ପାଇଁ ବର୍ଷାଙ୍କ ବାପା ଓ ପରିବାର ଲୋକେ ସେଠାରେ ପହଂଚି ଭିଡିଓ ଉତ୍ତୋଳନ କରିବା ପରେ ସିଡିପିଓ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ ଓ ଫୋନ ଛଡାଇ ନେଇଥିଲେ ! ତେବେ ବର୍ଷା ଙ୍କୁ ପରିବାର ଲୋକେ ଉଦ୍ଧାର କରି ନିକଟସ୍ଥ ସାଇ ହସ୍ପିଟାଲ କୁ ନେବା ବେଳେ ବିଳମ୍ବ ହୋଇ ଯାଇଥିଲା , ଫଳରେ ପେଟରେ ପିଲାଟି ନଷ୍ଟ ହୋଇ ଯାଇଥିଲା ! ସିଡିପିଓ ଙ୍କ ନିର୍ଯାତନା ରେ ପିଲାଟି ନଷ୍ଟ ହୋଇ ଯାଇଥିବା ପରିବାର ଲୋକେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ! ଏନେଇ ସେଦିନ ର ଘଟଣାର ଏକ ଭିଡିଓ ଭାଇରଲ ହୋଇଥିଲା , ତେବେ ଆଜି ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁ ଡେରାବିଶ ସିଡିପିଓ ଙ୍କ ଅଫିସ ଚାମ୍ବର କୁ ଆସି ତଦନ୍ତ ଆରମ୍ଭ କରିଛନ୍ତି l ଅନ୍ୟ ପଟେ ଅଭିଯୋଗ ର ସତ୍ୟତା ଥିଲେ ଖୁବ ଶୀଘ୍ର ସିଡିପିଓ ସ୍ନେହଲତା ସାହୁଙ୍କ ଉପରେ ଦୃଢ କାର୍ଯ୍ୟlନୁଷ୍ଠାନ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୁତିରଞ୍ଜନ ପ୍ରଧାନ l

Leave a Reply

Your email address will not be published. Required fields are marked *