ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଜିଲ୍ଲା ସ୍ତରୀୟ ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଥ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ୨୦୨୫ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ୱାକଥାନ୍ ଓ ପଥ ଉତ୍ସବ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି।ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ୱାକଥନ୍ ସଚେତନତା ରାଲୀ ଅନୁଷ୍ଠିତ ହୋଇଥିଲା। ଏହି ରାଲୀକୁ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହେଉଥିବା ପଥ ଉତ୍ସଵରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ରାଜେନ୍ଦ୍ର ମିଞ୍ଜଙ୍କ ଅଧକ୍ଷତାରେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଡ଼.ଗୁଣନିଧି ନାୟକ,ଉପଜିଲ୍ଲାପାଳ ଅନୁପ ପଣ୍ଡା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପୃଥ୍ୱୀରାଜ ମଣ୍ଡଳ,ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋର ଚନ୍ଦ୍ର ପଟ୍ଟନାୟକ,ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଦିଲ୍ଲୀପ କୁମାର ବେହେରା,ଡେପୁଟି କଲେକ୍ଟର ପ୍ରାଣକୃଷ୍ଣ ପ୍ରାଣିଗ୍ରାହୀ,ସ୍ଥାନୀୟ ତହସିଲଦାର ନାରାୟଣ ବେହେରା ପ୍ରମୁଖ ମଞ୍ଚ।ସିନ ଥିଲେ।ଏହି ପଥ ଉତ୍ସବର ଉଦ୍ଦେଶ୍ୟ ହେଲା ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହୋଇଥିବ ସେମାନେ ସ୍ଥାନୀୟ ବିଏଲଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କିମ୍ୱା ଅନଲାଇନ୍ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ ବୋଲି କହିଥିଲେ। ଏହା ସହିତ ସଚେତନତା ମାଧ୍ୟମରେ ନାଗରିକଙ୍କ ନିକଟରେ ଭୋଟର ତାଲିକା ସଂଶୋଧନ, ନୂତନ ପଞ୍ଜିକରଣ, ମୃତ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା, ଏକାଧିକ ଥର ନାମ ପଞ୍ଜିକରଣ ହୋଇଥିଲେ ଗୋଟିଏ ସ୍ଥାନରେ ନାମ ରଖି ଅନ୍ୟତ୍ର ବାଦ୍ ଦେବା ଆଦି କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ପ୍ରଦାନ କରିଥିଲେ। ବିଭିନ୍ନ ଅନୁଷ୍ଠାନ କଳାକାର ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲାସେଥିରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର 2 ଜଣଙ୍କୁ ଓ ବେଷ୍ଟ୍ ବିଏଲ୍ଓ ଓ ସୁପରଭାଜର ଭାବରେ ଓ ପାରଳାଖେମୁଣ୍ଡି ନିର୍ବାଚନୀ ମଣ୍ଡଳୀର 2 ଜଣଙ୍କୁ ବେଷ୍ଟ ବିଏଲଓ ଭାବେ ପୁରସ୍କୃତ କରାଯାଇଛି। ୨ ଜଣ ବରିଷ୍ଠ ନାଗରିକଙ୍କୁ ମଧ୍ଯ ସମ୍ମାନିତ କରାଯାଇଛି।ମହା ବିଦ୍ୟାଳୟ ସ୍ତରରେ ଭୋଟର ସଚେତନତା ପାଇଁ ସୋସିଆଲ ମିଡିଆ ପ୍ରତିଯୋଗିତାରେ ୩ ଜଣ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶ୍ରୀମତୀ ସୁଚିସ୍ମିତା ମାଝୀ, ଲିପୀନା ଦାଶ,କଶ୍ୟାପି ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଉପଲକ୍ଷେ ପଥ ଉତ୍ସବ !!!

