ବାତ୍ୟା ‘ଦାନା ‘ରେ କ୍ଷତିଗ୍ରସ୍ତ ଗ୍ରାମବାସୀ ସରକାରୀ ସହାୟତାରୁ ବଞ୍ଚିତ ନେଇ ଅଭିଯୋଗ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବାତ୍ୟା ‘ଦାନା’ କୁ ନେଇ ପ୍ରଶାସନିକ ସ୍ତରରେ ବେଶ୍ ତତ୍ପରତା ଦେଖାଇ ସଫଳତାର ସହିତ ଏହାର ମୁକାବିଲା କଲେ ରାଜ୍ୟ ସରକାର । କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳର ଅଧିବାସୀ ମାନଙ୍କ ଧନ, ଜୀବନ ସୁରକ୍ଷା ଦେବାରେ ବେଶ୍ ସଫଳତାର ସହିତ ମୁକାବିଲା କରିଛି ପ୍ରଶାସନ ! ହେଲେ ଡେରାବିଶ ବ୍ଲକ ଅଧୀନସ୍ଥ କୁସିଆପାଳ ପଞ୍ଚାୟତର ୧୩ ନମ୍ବର ୱାର୍ଡର ଅଧିବାସୀଙ୍କ ଦୁଃଖ କହିଲେ ନସରେ । ୱାର୍ଡର ଅଧିକାଂଶ ଲୋକ କଚ୍ଚା, ଚାଳ ଛପର ଘରେ ବସ ବାସ କରୁଥିବା କଥା କହିଛନ୍ତି ୱାର୍ଡ ମେମ୍ବର ଓ ସ୍ଥାନୀୟ ବାସିନ୍ଦା । ବାତ୍ୟା ସମୟରେ ସେମାନଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳୀକୁ ନେବାରେ ସମ୍ପୂର୍ଣ ଫେଲ ମାରିଛି ପ୍ରଶାସନ । ବାତ୍ୟା ପବନରେ ସେମାନଙ୍କ ଆଶ୍ରୟ ସ୍ଥଳୀ ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଛି ବୋଲି ଡେରାବିଶ ବ୍ଲକରେ ଚାଲିଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ । ବାତ୍ୟା ସମୟରେ ପଞ୍ଚାୟତ ପକ୍ଷରୁ ଖାଦ୍ୟ, ପାନୀୟ ଯୋଗାଇ ଦିଆଯାଇନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *