ପାରଳାଖେମୁଣ୍ଡି ର ନେହେରୁ ନଗର ଛକ ନିକଟରେ ଶ୍ୟାମାକାଳୀ ପୂଜା !!!

0
71

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ର ନେହେରୁ ନଗର ଛକ ନିକଟରେ ଶ୍ୟାମାକାଳୀ ପୂଜା ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନେହେରୁ ନଗର ଛକ ନିକଟରେ ଦୀର୍ଘ 47 ବର୍ଷ ହେଲା ଶ୍ୟାମା କାଳୀ ପୂଜା ଅନୁଷ୍ଠିତ ହେଉଅଛି । ଏହି ପୂଜା ଏଗାର ଦିନ ଧରି ଆୟୋଜିତ ହେବ । ସକାଳୁ ମା ଙ୍କର ଆଳତୀ, ହୋମଯଜ୍ଞ ପ୍ରଭୃତି ହେବା ସଙ୍ଗେ ସନ୍ଧ୍ୟା ସମୟରେ ଦୀପ ଯଜ୍ଞ ସହ ସନ୍ଧ୍ୟା ଆଳତୀ ର ବିଧି ରହିଛି ! ପୂଜା ଦେଖିବା ପାଇଁ ଆଖପାଖ ଅଞ୍ଚଳର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ରାତିରେ ମା ଙ୍କ ନିକଟରେ ଅନ୍ନ ଭୋଗ ହେଉଛି , ଅନ୍ନପ୍ରସାଦ ପାଇବା ପାଇଁ ଭକ୍ତ ମାନଙ୍କ ସମାଗମ ହେଉଛି । ଏଗାର ଦିନ ପର୍ଯ୍ୟନ୍ତ ପୂଜାର୍ଚ୍ଚନ। ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ ସମାରୋହ କାର୍ଯ୍ୟକ୍ରମ ରହିଥିବାର କମିଟି ର ସଦସ୍ୟ ମାନେ ପ୍ରକାଶ କରିଛନ୍ତି !

LEAVE A REPLY

Please enter your comment!
Please enter your name here