ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚାଟେଶ୍ୱର ମନ୍ଦିରରେ ଦୀପାବଳୀ ଉତ୍ସବ ! କଟକ ଜିଲ୍ଲା ସାଲେପୁର ବ୍ଲକ୍ କିଶୀନାପୁର ଗ୍ରାମ ର ଚାଟେଶ୍ୱର ମହାଦେବ ମନ୍ଦିରରେ ମହା ସମାରୋହରେ ଦୀପାବଳୀ ପୂଜା ପାଳନ ହୋଇଛି । ଅନ୍ଧାର ଉପରେ ଆଲୋକର ବିଜୟ , ଅସତ୍ୟ ଉପରେ ସତ୍ୟ ର ବିଜୟ , ଅଧର୍ମ ଉପରେ ଧର୍ମ ର ବିଜୟ , ପ୍ରଭୁ ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଉଦ୍ଦେଶ୍ୟରେ ଦୀପାବଳୀ ମହୋତ୍ସବ ବଡ଼ ଆନନ୍ଦର ସହ ପାଳନ କରାଯାଏ ! ମନ୍ଦିର ରେ ସ୍ୱତନ୍ତ୍ର ନିତିକାନ୍ତି ଅନୁସାରେ ପୂଜା ସହ ଦୀପାବଳୀ ପାଳନ କରାଯାଇଛି ! ପବିତ୍ର ଦୀପାବଳୀରେ ସମଗ୍ର ମନ୍ଦିରରେ ୫୦୦୦ ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇଛି । ଘନ କୁହୁଡି କୁ ଖାତିର ନ କରି ଗ୍ରାମରେ ପ୍ରତ୍ୟେକ ରାସ୍ତା ର ଦୁଇ କଡ ରେ ସମସ୍ତ ଗ୍ରାମବାସୀ ଆନନ୍ଦର ସହ ଦ୍ଵୀପ ପ୍ରଜଲ୍ଵନ କରିଛନ୍ତି !
କିଶୀନାପୁର ଗ୍ରାମ ର ଚାଟେଶ୍ୱର ମହାଦେବ ମନ୍ଦିରରେ ମହା ସମାରୋହରେ ଦୀପାବଳୀ ପୂଜା !!!

