ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିକଟସ୍ଥ ରଗଡି ଗ୍ରାମରେ ମହା ସମାରୋହରେ ପାଳିତ ହେଲା ଗିରି ଗୋବର୍ଦ୍ଧନ ପୂଜା ! ବସୁଦ୍ଧା ଚାରିଟେବଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଡ଼ଭୋକେଟ ଅଜୟ ସ୍ୱାଇଁ ଅଧ୍ୟକ୍ଷତା କରିଥିବା ସମୟରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାଷ ଚନ୍ଦ୍ର ପାଢୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ! ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଭାତ ସାହୁ ମୁଖ୍ୟ ବକ୍ତା , ଉପ ନଗରପାଳ ସନ୍ତୋଷ ରଣା , କାଉନସିଲର ସନାତନ ବେହେରା , ବିଜେପି ନେତା ସୁବଳ ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଗୋଶାଳା ର କାର୍ଯ୍ୟକୁ ତାରିଫ କରିଥିଲେ ! ବିଗତ ପନ୍ଦର ବର୍ଷ ଧରି ବାଙ୍କୀ ନିକଟସ୍ଥ ରଗଡି ଗ୍ରାମରେ ଥିବା ଲଣ୍ଡା ପାହାଡକୁ ବୃକ୍ଷ ରୋପଣ କରି ସବୁଜ କରିବା ସହିତ ଗାଈ ଗୋରୁ ମାନଙ୍କୁ ଯତ୍ନର ସହିତ ପାଳନ କରୁଛନ୍ତି ଟ୍ରଷ୍ଟ ର ସଦସ୍ୟ ! ଆଗାମୀ ଦିନରେ ସରକାରୀ ସହାୟତାରେ କାର୍ଯ୍ୟକୁ ଆହୁରି ଅଧିକ ଆଗକୁ ନେବେ ବୋଲି ଆଶା ରଖିଛନ୍ତି ଗୋସେବକ !
ବାଙ୍କୀ ନିକଟସ୍ଥ ରଗଡି ଗ୍ରାମରେ ମହା ସମାରୋହରେ ପାଳିତ ହେଲା ଗିରି ଗୋବର୍ଦ୍ଧନ ପୂଜା !!!

