ନୟାଗଡ଼ ପୁରୁଣା ସହର କାଳୀପୂଜା ର ଭସାଣୀ ଯାତ୍ରା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ ପୁରୁଣା ସହର ୱାର୍ଡ ନମ୍ବର 5 ରେ ମହା ସମାରୋହରେ ପାଳିତ ହୋଇଯାଇଛି କାଳିପୂଜା ! ଭସାଣୀ ଶୋଭାଯାତ୍ରା ସନ୍ଧ୍ୟା 6 ଘଟିକା ସମୟରେ ପୂଜା ମଣ୍ଡପ ରୁ ବାହାରି ଟ୍ରାଫିକ୍ ଛକ ଦେଇ ପୁରୁଣା ସହର ଜଗନ୍ନାଥ ମନ୍ଦିର ଦେଇ ମା ଦକ୍ଷୀଣକାଳୀ ଙ୍କ ସାଗର ପୁଷ୍କରିଣୀ ଠାରେ ଵିସର୍ଜିତ କରାଯାଇଛି l ନୟାଗଡ଼ ପୋଲିସ ପ୍ରଶାସନ ସହଯୋଗରେ ଅତି ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି ଏହି ଭସାଣୀ ଯାତ୍ରା l କମିଟି ର ସଭାପତି କୈଳାସ ମାହାର , ସମ୍ପାଦକ ବିରଞ୍ଚି ନାରାୟଣ ଗୋଚ୍ଛାୟତ ଓ କମିଟି ର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମା ଙ୍କର ଏହି ଭସାଣୀ ଯାତ୍ରା ରେ ସହର ପରିକ୍ରମା କରିଥିଲେ l

Leave a Reply

Your email address will not be published. Required fields are marked *