ବୃନ୍ଦାବନ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବୃନ୍ଦାବନ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର ! ବଡମ୍ବା ତେଲିସାହି ସ୍ଥିତ ବୃନ୍ଦାବନ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ ରେ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି I ‘ସମ୍ବାଦ ‘, ‘ଆମ ଓଡିଶା ‘ ଓ ବୃନ୍ଦାବନ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ ର ମିଳିତ ସହଯୋଗ ରେ ଆୟୋଜିତ ଏହି ଶିବିର ରେ ୪୬ ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି I ବଡମ୍ବା ତହସିଲଦାର ଶାଶ୍ୱତ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ I ମହାବିଦ୍ୟାଳୟ ର ପ୍ରତିଷ୍ଠାତା ବୃନ୍ଦାବନ ପରିଡା, ଡାଇରେକ୍ଟର ଦେବାଶିଷ ପରିଡା, ‘ବଡମ୍ବା ‘ସମ୍ବାଦ ସାହିତ୍ୟଘର ର ସଭାପତି ଧନେଶ୍ୱର ସ୍ୱାଇଁ, କାର୍ଯ୍ୟକାରି ସଭାପତି ଶିବ ନାରାୟଣ ମିଶ୍ର, ସାଧାରଣ ସମ୍ପାଦକ ସରୋଜ କାନ୍ତ ବଳିୟାର ସିଂହ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ବଡମ୍ବା ‘ସମ୍ବାଦ ‘ ପ୍ରତିନିଧି ଚିନ୍ମାତ୍ମା ମହାନ୍ତି ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ଶିବିର କୁ ମହାବିଦ୍ୟାଳୟ ର +୩ ବିଭାଗ ର ପ୍ରିନସିପାଲ ଅବଦୁଲ ଇସମାଇଲ ଖାଁ, +୨ବିଭାଗ ର ପ୍ରିନସିପାଲ ଗଗନ ମୁଦୁଲି, ମ୍ୟାନେଜର ପବିତ୍ର ମୋହନ ରାଉତ, ସନ୍ତୋଷ ପରିଡା, ‘ସମ୍ବାଦ’ ‘ସାହିତ୍ୟଘର ର କୋଷାଧ୍ୟକ୍ଷ ନିଗମାନନ୍ଦ ନାୟକ, ସହ ସମ୍ପାଦକ ସହଦେଵ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ I

Leave a Reply

Your email address will not be published. Required fields are marked *