ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବାବା ବିଶ ଶହେ କୂଳ କୁଲତା ସମାଜ ର ମହାସମାବେଶ ! ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ବୁରୋମୁଣ୍ଡା କଳାଗ୍ରାମ ଠାରେ ବାବା ବିଶ ଶହେ କୂଳ କୁଲତା ସମାଜ ର ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବିଜେପୁର ବିଧାୟକ ସନତ ଗଡତିଆ ଓ ସମ୍ମାନିତ ଅତିଥି ରୂପେ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଯୋଗ ଦେଇଥିଲେ ! କାର୍ଯ୍ୟକ୍ରମ ରେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁ ସାହୁ ଏବଂ ବୁରୋମୁଣ୍ଡା ସରପଞ୍ଚ ସରୋଜ ଶ୍ରୀଭୂଷଣ ସାହୁ , ନାରାୟଣ ସାହୁ, ପଦ୍ମପୁର ଉପଖଣ୍ଡ ସଭାପତି ଯୋଗେନ୍ଦ୍ର କୁମାର ଭୋଇ, ଟେକଚାନ୍ଦ ପଧାନ ଉପସ୍ଥିତ ଥିଲେ ! ଧନ୍ୟବାଦ ଅର୍ପଣ କରିଥିଲେ ଗୋବର୍ଧନ ଗଡତିଆ , ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ! ସମାଜ ର ଅନେକ ସଭ୍ୟ ସଭ୍ୟା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବା ପାଈଁ ସାହାଯ୍ୟ କରିଥିଲେ !
ବାବା ବିଶ ଶହେ କୂଳ କୁଲତା ସମାଜ ର ମହାସମାବେଶ !!!

