ଠିକା ସଂସ୍ଥାର କ୍ୟାମ୍ପ ରେ ଦାଦା ବଟିକୁ କେନ୍ଦ୍ର କରି ଦୁର୍ବୁତ୍ତ ଙ୍କ ବୋମା ମାଡ଼ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଠିକା ସଂସ୍ଥାର କ୍ୟାମ୍ପ ରେ ଦାଦା ବଟିକୁ କେନ୍ଦ୍ରକରି ଦୁର୍ବୁତ୍ତ ଙ୍କ ବୋମା ମାଡ଼ ! ବାଙ୍କୀ କଇଁମୁଣ୍ଡି ଫାଣ୍ଡି ନିକଟରେ ନିର୍ମାଣଧୀନ ହାଇଲେବୁଲ ବ୍ରିଜ କାମ ପାଇଁ ନିୟୋଜିତ ଶ୍ରମିକ ଙ୍କ କ୍ୟାମ୍ପ ଓ ସାନି ଟୁ ମେସିନ ଉପରକୁ ଦୁର୍ବୁତ ଙ୍କ ବୋମା ମାଡ଼ ! ବୋମା ମାଡ ରେ ମେସିନ ଟି ସାମାନ୍ୟ ନଷ୍ଟ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଛି କ୍ୟାମ୍ପ ମଧ୍ୟରେ ରହିଥିବା ଶ୍ରମିକ ଙ୍କ ଜୀବନ ! ପୂର୍ବ ରୁ ମଧ୍ୟ ଦାଦା ବଟି କୁ କେନ୍ଦ୍ର କରି ଦୁର୍ବୁତ୍ତ ମାନେ ଏପରି କରିଥିଲେ ! ନିୟୋଜିତ ଶ୍ରମିକ ଙ୍କ ପକ୍ଷରୁ ସୂଚନା ଅନୁଯାୟୀ ଦ୍ୱର୍ବୁତ୍ତ ମାନେ ଏକ କଳା ପଲସର ଗାଡି ରେ ଆସି ୨ ଟି ବୋମା ମେସିନ କୁ ମାଡ କରିଥିଲେ ଏବଂ ପରେ ଫାଣ୍ଡି ସମ୍ମୁଖ ରେ ମଧ୍ୟ ଆଉ ଗୋଟିଏ ବୋମା ମାଡ କରି ଚାଲି ଯାଇଥିଲେ ! ବୋମାମାଡରେ ମେସିନ କାଚ ଭାଙ୍ଗିଥିବା ସମୟରେ ଅଳ୍ପକେ ବର୍ତ୍ତିଚି କାର୍ଯ୍ୟରତ ଶ୍ରମିକଙ୍କ ଜିବନ ! ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଦାବୀ ହୋଇଛି ।

Leave a Reply

Your email address will not be published. Required fields are marked *