ଛାଡଖାଇ ପାଇଁ ପାରଳାଖେମୁଣ୍ଡି ଆମିଷ ବଜାର ଚଳଚଞ୍ଚଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦୀର୍ଘ ପ୍ରାୟ ଏକମାସ ଧରି ଖାଁ ଖାଁ ରହିଥିବା ଆମିଷ ବଜାର ଛାଡ଼ ଖାଇ ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି। ଛାଡ଼ ଖାଇ ଦିନ ସଂକ୍ରାନ୍ତି (ଶନିବାର) ହୋଇ ଥିବାରୁ ସମସ୍ତେ ରବିବାରରେ ଛାଡଖାଇ ପାଳନ କରିବା ପାଇଁ ଅପେକ୍ଷା କରିଥିଲେ।କାର୍ତ୍ତିକମାସ ଏକ ଧର୍ମ ମାସ ହୋଇ ଥିବାରୁ ପ୍ରାୟ ଏକ ମାସ ଧରି ଆମିଷ ଖାଇବାରୁ ଦୂରେଇ ରହିଥିବା ବହୁବ୍ୟକ୍ତି ଆଜି ଛାଡଖାଇରେ ଆମିଷ ଖାଇବେ ।ଧର୍ମର ମାସ କାର୍ତ୍ତିକ ଶୁକ୍ରବାର ଦିନ ଶେଷ ହୋଇଥିବା ବେଳେ ଛାଡ଼ ଖାଇ (ଶନିବାର) ସଂକ୍ରାନ୍ତି ହୋଇ ଥିବାରୁ ଆମିଷ ବେପାର ମାନ୍ଦା ରହିଥିଲା।ତେବେ ରବିବାର ଦିନ ଛାଡଖାଇ ପାଳନ କରିବା ଲାଗି ବିଭିନ୍ନ ବର୍ଗର ସାଧାରଣ ଜନତା ପ୍ରସ୍ତୁତ ହୋଇ ଥିଲେ।ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମିଷ ବ୍ୟବସାୟୀମାନେ ଆଜି ସକାଳୁ ନିଜର ଆମିଷ ବେପାର ଆରମ୍ଭ କରିଦେଇଛନ୍ତି ଧର୍ମର ମାସ କାର୍ତ୍ତିକ ପୂର୍ଣ୍ଣିମା ପର ଦିନକୁ ତଥା ମାର୍ଗଶିର ମାସର ପ୍ରଥମ ଦିନକୁ ଛାଡ଼ ଖାଇ ରୂପେ ପାଳନ କରାଯାଇ ଥାଏ।ଦୀର୍ଘ ଏକ ମାସ ଧରି ଆମିଷ ବର୍ଜନ କରି ବହୁ ବ୍ୟକ୍ତି ଏହି ଛାଡଖାଇ ଦିନଟିକୁ ଅପେକ୍ଷା କରି ରହିଥାନ୍ତି ।ତେବେ ବହୁ ଦିନ ଧରି ଆମିଷକୁ ପରିତ୍ୟାଗ କରିଥିବା ଲୋକଙ୍କ ମଧ୍ୟରୁ ବହୁ ଜନତା ଛାଡଖାଇରେ ଆମିଷ ଖାଇବେ।ଛାଡଖାଇକୁ ଦୃଷ୍ଟିରେ ରଖି ବିଭିନ୍ନ କିସମର ମାଛ ବଜାରକୁ ବିକ୍ରୀ ପାଇଁ ଆସିଛି ।ଆମିଷ ବ୍ୟବସାୟୀମାନେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ବ୍ୟବସାୟ କରିବା ଲାଗି ଆଶା ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *