ବଡ଼ ବ୍ରାହ୍ମଣ ସାହି ଛକରେ କାର୍ତ୍ତିକେୟ ପୂଜା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବଡ଼ ବ୍ରାହ୍ମଣ ସାହି ଛକରେ କାର୍ତ୍ତିକେୟ ପୂଜା ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ଼ ବ୍ରାହ୍ମଣ ସାହି ଛକରେ କାର୍ତ୍ତିକେୟ ପୂଜା ଆରମ୍ଭ ହୋଇ ଯାଇଛି । ଏହି ପୂଜା ଦୀର୍ଘ 27 ବର୍ଷ ହେଲା ହୋଇ ଆସୁଛି । 11 ତାରିଖରୁ ଆରମ୍ଭ ହୋଇଥିବା ପୂଜା ଆଜି ସମାପ୍ତ ହୋଇଛି । ପ୍ରଭୂ କାର୍ତ୍ତିକେୟଙ୍କର ସକାଳ ସମୟରେ ନୀତିକାନ୍ତି ସହ ଧୂପ ଆଳତୀ ହୋମ ,ଘୃତ ଯଜ୍ଞ ପ୍ରଭୃତି କାର୍ଯ୍ୟକ୍ରମ ସହ ସନ୍ଧ୍ୟା ସମୟରେ ଆଳତୀ କରାଯାଉଛି । ଏହି ଆଳତୀ ଦର୍ଶନ କରିବା ସକାଶେ ବହୁ ଭକ୍ତଙ୍କ ସମାଗମ ହେଉଛି ! ସଭାପତି ସୁନୀଲ କୁମାର ଅଧିକାରୀ, ଉପ ସଭାପତି ରଞ୍ଜିତ ବେବର୍ତ୍ତା, ସମ୍ପାଦକ ରଘୁ ପଟ୍ଟନାୟକ, କୋଷାଧ୍ୟକ୍ଷ କିରଣ ମାଳି ପ୍ରମୁଖ ସମେତ ସାହି ବାସିନ୍ଦାଙ୍କ ମିଳିତ ସହଯୋଗରେ ଏହି ପୂଜା ଆୟୋଜନ କରାଯାଇଛି !

Leave a Reply

Your email address will not be published. Required fields are marked *