ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରଶାସନ ଓ ଆଇ ଏସ ଆର ଡି ସଖୀ ୱାନ ଷ୍ଟପ ସେଣ୍ଟର, NMYCS ଶକ୍ତି ସଦନ ତରଫରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ପାଳିତ ! ଗଜପତି ଜିଲ୍ଲା ପ୍ରଶାସନ ଓ ଆଇ ଏସ ଆର ଡି ସଖୀ ୱାନ ଷ୍ଟପ ସେଣ୍ଟର, NMYCS ଶକ୍ତିସଦନ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ଜିଲ୍ଲାପାଳଙ୍କ conference Hall – II ଠାରେ ପାଳିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଗଜପତି ଶ୍ରୀମତୀ ମନୋରମା ଦେବୀ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ଏହି ଦିବସର ଲକ୍ଷ ଓ ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ | ପ୍ରୋଗ୍ରାମ ଅଫିସର ଶ୍ରୀମତୀ କେ ସୁନୀତା ମଞ୍ଚ ପରିଚାଳନା କରିଥିଲେ| ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା | ଏହି ଅବସରରେ ସମ୍ମାନିତ ଅତିଥି ଶିବାନୀ ପାଣିଗ୍ରାହୀ ଜିଲ୍ଲା ସଞ୍ଜୋଜିକା ଓଏଲଏମ (ସ୍ଵୟଂ ପ୍ରକଳ୍ପ) ମହିଳା ମାନଙ୍କ ପ୍ରତି ଥିବା ଆଭିମୁଖ୍ୟ ବଦଳି ଲେ ଯାଇ ସମାଜର ଉନ୍ନତି ହୋଇପାରିବ ବୋଲି ଜଣାଇଥିଲେ ଏବଂ ମହିଳା ମାନଙ୍କ ପ୍ରତି ଘଟୁଥିବା ୪ ପ୍ରକାରର ହିଂସା ବିଷୟରେ ଅବଗତ କରାଇବା ସହ Dowry Prohibition Act, POSH Act,ଘରୋଇହିଂସା ଆଦି ବିଷୟରେ ବୁଝାଇଥିଲେ | ଏହି ଅବସରରେ ସମ୍ମାନିତ ଅତିଥି କିଶୋରୀ ନ୍ୟାୟ ପରିଷଦର ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ child Rights, PC PNDT Act, Property Rights ଉପରେ ଅବଗତ କରାଇଥିଲେ | | ଜିଲା ଶିଶୁ ସୁରକ୍ଷ୍ୟା ଇଉନିଟ ର ପିଓଆଇସି ଡମ୍ବୁରୁଧର ବଳବନ୍ତ ଜିଲ୍ଲା ରେ ହେଉଥିବା ମହିଳା ଚାଲାଣ ବିଷୟରେ ଅବଗତ କରାଇଥିଲେ ତତ ସହିତ ଶିଶୁ ହେଲ୍ପଲାଇନ 1098 ବିଷୟରେ ଅବଗତ କରାଇଥିଲେ |ଜିଲା ସାମାଜିକ ସୁରକ୍ଷ୍ୟା ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ମହିଳା ଓ ବାଳିକା ମାନାଙ୍କ ପ୍ରତି ରହିଥିବା ବିଭିନ୍ନ ସରକାରୀ ଯୋଜନା ବିଷୟାରେ ବୁଝାଇଥିଲେ | ଜିଲ୍ଲା ସାଂସ୍କୃତିକ ବିଭାଗ ଅଧିକାରୀ ଶ୍ରୀମତୀ ଅର୍ଚନା ମଙ୍ଗରାଜ ଉପସ୍ଥିତ ସମସ୍ତଙ୍କୁ ମହିଳା ଓ ବାଳିକା ମାନଙ୍କ ହିଂସା ଦୂରୀକରଣ କିପରି ରୋକାଯାଇ ପାରିବ ଏବଂ ସେଥିପାଇଁ ସମସ୍ତଙ୍କର ଚେଷ୍ଟା ରହିବା ଆବଶ୍ୟକ ସେହି ବିଷୟରେ ବୁଝାଇଥିଲେ | Police Inspector ଶ୍ରୀଯୁକ୍ତ C.B. ମହାନ୍ତି ସାଇବର କ୍ରାଇମ ବିଷୟରେ ବହୁ ଉଦାହରଣ ମାଧ୍ୟମରେ ସୁଚାଇଥିଲେ | ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଯୋଗଦେଇ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ବୁଝାଇବ ସହ ମହିଳା ଓ ପୁରୁଷ ଉଭାଏ ମାନସିକ ସ୍ତରରେ ଶଶକ୍ତ ହେଲେ ଯାଇ ଆମ ଜିଲ୍ଲାକୁ ଏକ ମହିଳା ହିଂସାମୁକ୍ତ ଏବଂ ସୁରକ୍ଷିତ ଜିଲ୍ଲା ଭାବରେ ଗଢିତୋଳିବା ଏହି ବିଷୟରେ ଆଲୋକପାତ କରାଇଥିଲେ | ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ସଦସ୍ୟା ଶ୍ରୀମତୀ ସୁଜାତା ପଟ୍ଟନାୟକ, ଏବଂ ଶ୍ରୀମତୀ ମମତାରାଣୀ ଶତପଥି , ଜିଲ୍ଲା ସଂଯୋଜକ Action – Aid ଶ୍ରୀଯୁକ୍ତ ଶେଷଦେବ ଭୋଇ, ଶକ୍ତିସଦନ ର ସୁପେରିଟେଣ୍ଡେଣ୍ଟ ଶ୍ରୀମତୀ ମଞ୍ଜୁଳତା ଆଚାର୍ୟ, ଆଇଏସଆରଡ଼ି ୱାନ ସ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକ ଶ୍ରୀମତୀ ସୁନିତା ରଥ, ଆକାଂକ୍ଷା ର ସେକ୍ରେଟାରୀ ଶ୍ରୀମତୀ ମିନା କୁମାରୀ ଟହଲ, ଆଇଏସଆରଡ଼ି ର ଉପ ନିର୍ଦେଶକ ଶ୍ରୀଯୁକ୍ତ ନାଗେଶ୍ଵର ଚୌଧୁରୀ ସମସ୍ତେ ଏହି ଦିବସ ଅବସରରେ ସଂକ୍ଷିପ୍ତ ସୂଚନା ଦେଇଥିଲେ | ଅଙ୍ଗନବାଡି କର୍ମୀ , ସୁପେରଭାଇଜର,ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା , ଆଇଏସଆରଡ଼ି ୱାନ ଷ୍ଟପକେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ,ଶକ୍ତିସଦନ ର କର୍ମଚାରୀ ଉପସ୍ଥିତ ରହି କାର୍ଯ କ୍ରମଟିକୁ ସାଫଲ୍ୟ କରିଥିଲେ |ପରିଶେସରେ ଜିଲା ମହିଳା ସୁରକ୍ଷ୍ୟା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ |

Leave a Reply

Your email address will not be published. Required fields are marked *