ପୁରୁଣା କେରାଣ୍ଡି ଗ୍ରାମରେ ସ୍ୱାମୀ ଆୟାଆପ୍ପାଙ୍କ ଭଜନ ସମାରୋହ ପୂଜାର୍ଚ୍ଚନା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ଗ୍ରାମରେ ସ୍ୱାମୀ ଆୟାଆପ୍ପାଙ୍କ ଭଜନ ସମାରୋହ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ରାଧା ମୋହନ ବରାଡ଼, ମୁନା ବରାଡ଼, ସନ୍ତୋଷ ବରାଡ଼ ଓ ରବି ବରାଡ଼ଙ୍କ ପରିବାର ପକ୍ଷରୁ ସ୍ୱାମୀ ଆୟାଆପ୍ପାଙ୍କ ଭଜନ ପରିବେଷଣ କରାଯାଇ , ପୂଜାର୍ଚ୍ଚନା କରାଯାଇଥିଲା । ଗ୍ରାମବାସୀ ସାଙ୍ଗରେ ଧୂପ ଦୀପ ନଡ଼ିଆ କଦଳୀ ଫୁଲ ଫଳ ପ୍ରଭୃତି ଧରି ପୂଜାର୍ଚ୍ଚନା କରିଥିଲେ । ମୁନା ବରାଡ଼ଙ୍କ ପୁଅ ସ୍ଵାମୀ ଆୟାଆପ୍ପାଙ୍କ ମାଳା ପକାଇଥିବାରୁ ଆଜି ଗ୍ରାମରେ ଭଜନ ସଂକୀର୍ତ୍ତନ କରାଯାଇଥିଲା । ଅନ୍ନ ପ୍ରସାଦର ବ୍ୟବସ୍ଥା ହୋଇଥିବା ବେଳେ , ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *