ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଥିବା ମୃତ୍ତିକା ସଂରକ୍ଷଣ ବିଭାଗର କାର୍ଯ୍ୟରତ କର୍ମଚାରୀ ଦୀର୍ଘ ଦିନ ବଦଳି ହେଉ ନଥିବା ଦେଖିବାକୁ ମିଳିଛି । ଦୀର୍ଘ 10 ବର୍ଷ ରୁ ଉର୍ଦ୍ଧ୍ବ ଜିଲ୍ଲାରେ କର୍ଯ୍ୟରତ ଅଛନ୍ତି । ସରକାର ଙ୍କ ନିୟମ ଅନୁଯାୟୀ 3 ବର୍ଷ ରୁ ଉର୍ଦ୍ଧ୍ବ ଗୋଟିଏ ସ୍ଥାନ ରେ ରହି ପାରିବେ ନାହିଁ , କିନ୍ତୁ 10 ବର୍ଷ ରୁ ଉର୍ଦ୍ଧ ହେଲା ଗୋଟିଏ ସ୍ଥାନ ରେ କର୍ଯ୍ୟରତ ଅଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି । ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭାଗ ଅଧିକାରୀ ସବୁ ଜାଣି ନିରୂପାୟ ହୋଇ ବସି ରହିଛନ୍ତି । ଜିଲ୍ଲା ପ୍ରଶାସନ ଚାହିଁଲେ ବଦଳି କରିପାରିବେ , କିନ୍ତୁ ତାହା ହୋଇ ପାରୁନାହିଁ ! ବର୍ତ୍ତମାନ ରାଜ୍ୟ ସରକାର , ଲୋକଙ୍କ ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ଜିଲ୍ଲାବାସୀ ଉପକୃତ ହୋଇ ପାରିବେ ବୋଲି ଆଶା କରାଯାଉଛି ।