ଗନ୍ଧମାର୍ଦ୍ଦନ ସୁରକ୍ଷା ଲାଗି ଅଣ୍ଟା ଭିଡିଲା ଗନ୍ଧମାର୍ଦ୍ଦନ ସୁରକ୍ଷା ସମିତି !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଗନ୍ଧମାର୍ଦ୍ଦନ ସୁରକ୍ଷା ଲାଗି ଅଣ୍ଟା ଭିଡିଲା ଗନ୍ଧମାର୍ଦ୍ଦନ ସୁରକ୍ଷା ସମିତି ! ୧ ଡିସେମ୍ବର ୨୦୨୪ ରେ ବରଗଡ଼ ରୁ ଗନ୍ଧମାର୍ଦ୍ଦନ ଖପ୍ରାଖୋଲ୍ ଯାଏଁ ସୁରକ୍ଷା ଅଭିଯାନ ଯାତ୍ରା ! ଦଳ ମତ ନିର୍ବିଶେଷରେ ବିଭିନ୍ନ ସଂଗଠନ ଏବଂ କୋଶଳ ସେନା ଅଭିଯାନରେ ସାମିଲ ହୋଇଥିଲା ! ନୃସିଂହନାଥ ଠାରେ ପହଁଞ୍ଚି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସଂଗଠନ ସହ ମିଶି ଆଦିବାସୀ ପାରମ୍ପରିକ ନୃତ୍ୟ ବାଦ୍ୟ ସହିତ ଧନୁ ତୀର ଧରି ଜୟ ଗନ୍ଧମାର୍ଦ୍ଦନ , ଜୟ କୋଶଳ , ଗନ୍ଧମାର୍ଦ୍ଦନ ସୁରକ୍ଷା ଆମର୍ ଦାବି, ଜାନ୍ ଯାଉ ଜୀବନ ଯାଉ – ଗନ୍ଧମାର୍ଦନ୍ ବଞ୍ଚିଥାଉ ଏପରି ବିଭିନ୍ନ ସ୍ଲୋଗାନ ଦେଇ ନୃସିଂହନାଥ ମନ୍ଦିର ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ ! ନୃସିଂହ ଭଗବାନ ଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରି ଗନ୍ଧମାର୍ଦ୍ଦନ କୁ ଶତୃ କବଳ୍ ରୁ ରକ୍ଷା କରିବା ଲାଗି ଶପଥ୍ ନିଆ ଯାଇଥିଲା ! କାର୍ଯ୍ୟକ୍ରମରେ ଚାଷୀ ନେତା ରମେଶ୍ ମହାପାତ୍ର, ବରଗଡ଼ ଜିଲ୍ଲା ଆମ୍ ଆଦମୀ ପାର୍ଟି ରୁ ଭବାନୀ ସାହୁ , ବରଗଡ଼ ଜିଲ୍ଲା ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫ୍, ବିମଲ୍ ଦାଶ, ବୀରେନ୍ ପ୍ରଧାନ , କିଶୋର ସାହୁ, ଜିତୁ ସାହୁ ଅଜିତ୍ ଶତପଥି , ସାରଥି ମେହେର୍ ଏବଂ କୋଶଲ୍ ସେନା ରୁ ରାଜ୍ୟ ସମ୍ପାଦକ ବୀରବଲ ମହାକୁର , ଅଶୋକ ଛତର , ଅବିନାଶ ବିଶି , ଠାକୁର ବିଶ୍ଵାଳ , ରାକେଶ ବଢ଼େଇ, ସନାତନ୍ ପାଣ୍ଡେ , ସରୋଜ ପ୍ରଧାନ , ହିମାଂଶୁ ସାହୁ ପ୍ରମୂଖ ସାମିଲ୍ ଥିଲେ !

Leave a Reply

Your email address will not be published. Required fields are marked *